ନବଦମ୍ପତିଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ଅନ୍ତର୍ଗତ ଡୁଙ୍ଗୁରୀପାଲି ଗ୍ରାମରେ ଯୁବ ଆଇଏଏସ୍‌ ଅଫିସର ବେଦଭୁଷଣ ସହିତ ଅମ୍ରିତାଙ୍କ ବିବାହ ଉପଲକ୍ଷେ ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ଶ୍ରୀ ମୀନକେତନ ସାହୁ ନବଦମ୍ପତିଙ୍କୁ ବୃକ୍ଷ ଉପହାର ପ୍ରଦାନ କରିବା ପରେ ନବଦମ୍ପତି ପରିବାର ଓ ଅତିଥି ବୃନ୍ଦଙ୍କ ଗହଣରେ ବୃକ୍ଷ ରୋପଣ କରିଥିଲେ । ସାରା ପୃଥିବୀରେ ଉତ୍ତାପ ବୃଦ୍ଧି ଘଟୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ବେଦଭୁଷଣ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.