pakka

ସତଲମା କେନାଲ କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା କେନାଲରେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ସୃତି ଉଦ୍ୟେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ହଲଦିପାଲି ବ୍ରିଜରୁ ଆରମ୍ଭ କରି ସତଲମା ପର୍ଯ୍ୟନ୍ତ କେନାଲର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା । ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ନେତା ଟିକାୟତ ମହତ୍ତମ, ଯୁବ ବିଜେଡି ନେତା ସୌରଭ ସାହୁ ଓ ମସ୍ତରମ ନାୟକ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସତଲମାର ଯୁବନେତା ଶଶଧର ସାହୁ ସମ୍ପାଦନ କରିଥିଲେ । ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ହଲଦିପାଲି ଗ୍ରାମର ବହୁ ଗ୍ରାମବାସୀ ସହଯୋଗ କରିଥିଲେ । ସତଲମା ଓ ହଲଦିପାଲିର ଯୁବକ ଏଥିରେ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

one × five =

error: Content is protected !!