pakka

ବର୍ଷା ଅଭାବରୁ ଚାଷକାମ ଠପ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳର ହଜାର ହଜାର ଏକର ଚାଷ ଜମିରେ ଧାନରୁଆ କାର୍ଯ୍ୟ ବର୍ଷା ଅଭାବରୁ ଆରମ୍ଭ ହୋଇ ପାରିନାହିଁ । ବର୍ଷାର ଅଭାବ ସହ ଜଳସେଚନର ସୁବ୍ୟବସ୍ଥା ନଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି । ଚାଷଜମିରେ ପାଣି ଅଭାବରୁ ରୁଆକାର୍ଯ୍ୟ ହୋଇପାରୁ ନାହିଁ କି ବୁଣାଧାନ ବେଉଷଣ ହୋଇ ପାରୁନାହିଁ ବୋଲି ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଉଛି । କିଛି ଜଗାରେ ରୁଆ ହୋଇଥିôଲେ ମଧ୍ୟ ପାଣି ଅଭାବରୁ କିଆରି ଗୁଡିକ ଶୁଖି ଫାଟି ଗଲାଣି । ଏଣେ କେନାଲରେ ପାଣି ଆସୁ ନାହିଁ, ତଳିଘେରା ଓ ଢିପ ଜମି ଗୁଡିକ ଶୁଖି ଗଲାଣି । ଶ୍ରାବଣ ମାସ ଅଧା ସରିଲାଣି ବର୍ଷାର ଦେଖା ନାହିଁ, ବର୍ଷାର ଅଭାବି ଯୋଗୁଁ ଚାଷ କାମ ଠପ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

jay balangir
Leave A Reply

Your email address will not be published.

12 − 4 =

error: Content is protected !!