oom

ପାଣ- ଗଣ୍ଡା ସମାଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାଧାନଗର ପଂଚାୟତର ଗାନ୍ଧୀନଗରଠାରେ ୫୦ଟି ଆମ୍ବ ଚାରା ରୋପଣ କରାଯାଇଛି । ସଂଗଠନର ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ଉପସଭାପତି ରୋହିତ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରାଧାନଗର ପଂଚାୟତ ସରପଞ୍ଚ ଗଣେଶ କୁମାର ବେହେରା ଏବଂ ମଥୁରା ପଂଚାୟତ ସରପଞ୍ଚ ପ୍ରଦୀପ କୁମାର କହଁର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ବାବାସାହେବ୍ ଆମ୍ବେଦକର ଫାଉଣ୍ଡେସନର ସଭାପତି ଅନାଦି ବାଦୀ, ସଙ୍ଗଠନର ମାର୍ଗଦର୍ଶକ ଶମ୍ଭୁନାଥ ମହାନନ୍ଦିଆ, କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ କୁମାର ସାହାଣୀ, ସଂଜିତ କୁମାର ଜେନା, ଅବସରପ୍ରାପ୍ତ ସହକାରୀ କୃଷି ଅଧିକାରୀ ବିଚିତ୍ର କୁମାର କହଁର, ବରିଷ୍ଠ ସମାଜସେବୀ ଭୀମସେନ କହଁର, ପୁରୁଷୋତ୍ତମ ବାଘ, ସଂଗଠନର ଗାନ୍ଧୀନଗର ଗ୍ରାମ୍ୟ ସଭାପତି ବନେଇଁ କହଁର, ରାଧାନଗର ପଂଚାୟତ ସଭାପତି ଚିତ୍ରସେନ ବେହେରା, ବ୍ଲକ୍ ସଂଯୋଜକ ଉଗ୍ରସେନ ହାତୀ, ସରସରା ପଂଚାୟତ ବ୍ଲକ୍ ସଂଯୋଜକ ପଙ୍କଜ କହଁର, ମଥୁରା ପଂଚାୟତ ଉପସଭାପତି ଡାକ୍ତର ବେହେରା, ବରିଷ୍ଠ ସମାଜସେବୀ ଅଶୋକ ମହାନନ୍ଦିଆ, ହିମାଂଶୁ ବେହେରା, ଗଣେଶ ବେହେରା, ପ୍ରଶାନ୍ତ କହଁର, ନିହାର ରଞ୍ଜନ ମହାନନ୍ଦିଆ, ସୁରେଶ୍ ବେହେରା, ବ୍ରହ୍ମା ପୋଢ଼, ବିଜୟ କହଁର, ରମେଶ କହଁର, ସତ୍ୟାନନ୍ଦ ବେହେରା, ବିରଞ୍ଚି କହଁର, ରଞ୍ଜନ ହାତୀ, ମୀନକେତନ କହଁର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.