pakka

ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ମୁଖ୍ୟ ଲକ୍ଷ୍ମଣ କୁମାର ପଣ୍ଡାଙ୍କ ଅବସର ଗ୍ରହଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ମୁଖ୍ୟ ଲକ୍ଷ୍ମଣ କୁମାର ପଣ୍ଡା ଆଜି ଅବସର ଗ୍ରହଣ କରିଥିବା ସୂଚନା ମିଳିଛି । ଦୀର୍ଘ ୩୩ ବର୍ଷ ଧରି ସେ ଭାରତ ସରକାରଙ୍କୁ ଶୃଙ୍ଖଳାର ସହିତ ସେବା ଯୋଗାଇ ଆଜି ସେ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଭିତରେ ଶ୍ରୀ ପଣ୍ଡା ସମ୍ବଲପୁର, ଭବାନୀପାଟଣା ଓ ବଲାଙ୍ଗିର ଆକାଶବାଣୀରେ ଅଧିକାରୀ ପଦସ୍ଥ ହୋଇ କାର୍ଯ୍ୟ କରିଛନ୍ତି । ତାଙ୍କ ଅମାୟିକ ବ୍ୟକ୍ତିତ୍ୱ, ଉଚ୍ଚାକାଂକ୍ଷୀ ମାନସିକତା, ଜନାଭିମୁଖୀ ଚିନ୍ତନ, ଅଗାଧ ପାଣ୍ଡିତ୍ୟ ଯୋଗୁଁ ସେ ପଶ୍ଚିମ ଓଡିଶାର ବୁଦ୍ଧିଜୀବୀ ମହଲରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆକାଶବାଣୀ କେନ୍ଦ୍ରର କାର୍ଯ୍ୟରତ ସମସ୍ତ ଉଦ୍‌ଘୋଷକ, ଉଦ୍‌ଘୋଷିକା, ଉପସ୍ଥାପକ, ଉପସ୍ଥାପିକାଙ୍କ ଦ୍ଵାରା ତାଙ୍କ ଅବସର ଗ୍ରହଣ ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିବା ବେଳେ ସଭାରେ ଏକ ଆବେଗିକ ମୁହୂର୍ତ୍ତ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Leave A Reply

Your email address will not be published.

four × two =