csstore

ଓଡ଼ିଶା ମୋ ପରିବାର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମରେ ଚଳିତ ମୌସୁମୀରେ ସାରା ରାଜ୍ୟରେ ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବୃକ୍ଷ ରୋପଣ ଅଭିଯାନରେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳିସ୍ଥିତ ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସମେତ ସ୍ଥାନୀୟ ମିଶନ ଶକ୍ତି ଗୃହ ସମ୍ମୁଖରେ ଏବଂ ରିନବଚନ ଗ୍ରାମର ବଣ୍ଡାବାହାଲ ଖେଳ ପଡ଼ିଆରେ ରାଜ୍ୟ ପରିଷଦ ସଭ୍ୟ ତଥା ଯୁବନେତା ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ସରପଞ୍ଚ ସୀତାରାମ ମହାଲିଙ୍ଗ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ବିଜୟ କୁମାର ଦାସ, ଆଗଲପୁର ବ୍ଳକ ଯୁବ ସଭାପତି ନାରାୟଣ ସାହୁ, ସଂଯୋଗ ସାହୁ, ବୁଦ୍ଧ ଦେବ ସାହୁ, ବିକାଶ ଗଡ଼ତିଆ, ବିକାଶ ମହାକୁର, ସରୋଜ ମହାକୁର, ସଞ୍ଜୟ ମଲ୍ଲିକ, ହେମନ କାନ୍ତ ସାହୁ, ଟିକୁଲ କଦମ୍ବ, ଡିଲାମଣି ଥନାପତି, ତ୍ରିଲୋଚନ ସାହୁ, ମନୋଜ କୁମ୍ଭାର, ଦୀପକ ବାରିକ ସମେତ ସ୍ଥାନୀୟ ମହିଳା ମିଶନ ଶକ୍ତି, ଯୁବ ଗୋଷ୍ଠୀର ସଦସ୍ୟ ମାନେ ସହଯୋଗ କରିଥିଲେ । ତେବେ ବୃକ୍ଷର ଯତ୍ନ ନେବା ସହ ସମସ୍ତେ ସଚେତନତା ହୋଇ ବୃକ୍ଷର ରକ୍ଷଣାବେକ୍ଷଣ ଉପରେ ଦୃଷ୍ଟି ଦେବା ପାଇଁ ଯୁବ ବିଜେଡି ନେତା ଶ୍ରୀଯୁକ୍ତ ବେହେରା ଲୋକଙ୍କୁ ବୁଝାଇଥିଲେ ।

jayashree
Leave A Reply

Your email address will not be published.