ଝେଙ୍ଗନାଡିହିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରଜପୁର ଗ୍ରାମ ପଞ୍ଚାୟତର କବି ଖଗେଶ୍ୱର ସେଠ ଉଚ୍ଚ ବିଦ୍ୟାଳୟ ଝେଙ୍ଗନାଡିହିଠାରେ ବୃକ୍ଷ ରୋପଣର ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରି ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏ ସଭାର ପ୍ରାରମ୍ଭରେ ସତ୍ୟମୟ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିଲେ । ପ୍ରକୃତି ବନ୍ଧୁ ମୀନକେତନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ବୃକ୍ଷଲତାର ଉପଯୋଗିତା ବିଷୟରେ ବିଷଦ୍ ଆଲୋଚନା କରି ଗ୍ଲୋବାଲ ଓ୍ଵାର୍ମିଙ୍ଗ ପ୍ରତି ସଚେତନ କରାଇଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବି ଖଗେଶ୍ୱର ସେଠଙ୍କ ସୁପୁତ୍ର କିଶୋର ଚନ୍ଦ୍ର ସେଠ ବୃକ୍ଷଲତା ଆମର ପ୍ରକୃତ ବନ୍ଧୁ ବୋଲି କହିଥିଲେ । ଶେଷରେ ନରୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ଦୁଷ୍ମନ୍ତ କୁମାର ସାହୁ ଚାରା ବଣ୍ଟନର ବ୍ୟବସ୍ଥା କରାଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ରୋପଣ କରିବା ପାଇଁ ଅଁଳା ଚାରା ଯୋଗାଇ ଦିଆଯାଇଥିଲା ଓ ସେସବୁର ରକ୍ଷଣା ବେକ୍ଷଣ ପାଇଁ ଅନୁରୋଧ କରାଯାଇଥିଲା ।

Leave A Reply

Your email address will not be published.

three × two =