pakka

ଗୀତା ମିଶ୍ରଙ୍କ ସହଯୋଗରେ ଧୁମ୍‌ଧାମ୍‌ରେ ନୂଆଁଖାଇ ପାଳନ କଲେ ବୃଦ୍ଧାଶ୍ରମ ଅନ୍ତେବାସୀ

bbehera

ବରଗଡ, (ନିରୋଜ କୁମାର ପାଣୀ) : ନୂଆଁଖାଇ କେବଳ ଏକ ପର୍ବ ନୁହେଁ ଏହା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଜଡ଼ିତ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ନିଜ ପରିବାର ଠାରୁ ଦୂରରେ ରହି ପାଠପଢା ହେଉ ଅବା ଚାକିରି କରୁଥାନ୍ତି, ଏହିଦିନ ପ୍ରାୟତଃ ସମସ୍ତେ ନିଜନିଜ ଘରକୁ ପହଞ୍ଚି ନୂଆଁଖାଇ ପର୍ବରେ ସାମିଲ ହୋଇଥାନ୍ତି । ନୂଆଁଖାଇ ସାରିବା ପରେ ବଡ଼ ମାନଙ୍କୁ ଜୁହାର ଭେଟ ହେବାର ପରମ୍ପରା ରହିଛି । ହେଲେ ଏହି ସବୁ ଭିତରେ ନିଜ ପ୍ରିୟଜନଙ୍କ ଅତ୍ୟାଚାର ହେଉ ଅବା ନିଜ ଆତ୍ମୀୟମାନଙ୍କୁ କୌଣସି ଦୁର୍ଘଟଣାରେ ହରାଇ ବିଭିନ୍ନ ବୃଦ୍ଧାଶ୍ରମରେ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ନୂଆଁଖାଇରେ ରହିଛି ଅନେକ ନିଆରା ଉଦାହରଣ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ଗ୍ରାମରେ ଥିବା ପାର୍ବତୀଗିରି ବୃଦ୍ଧାଶ୍ରମ ଅନ୍ତେବାସୀମାନେ ଆଜି ଧୁମ୍‌ଧାମ୍‌ରେ ନୂଆଁଖାଇ ପର୍ବ ପାଳନ କରିଛନ୍ତି । ନୂଆଁଖାଇର କିଛିଦିନ ପୂର୍ବରୁ ଜଣାଶୁଣା ସମାଜସେବୀ ଗୀତା ମିଶ୍ର ଅନ୍ତେବାସୀ ମାନଙ୍କ ପାଇଁ ସମସ୍ତ ସାମଗ୍ରୀ ପ୍ରଦାନ କରିଥିଲେ । ଶ୍ରୀମତୀ ମିଶ୍ରଙ୍କ ଦେଇଥିବା ସମ୍ବଲପୁରୀ ଶାଢ଼ୀ, ପୁରୁଷ ଅନ୍ତେବାସୀ ମାନେ ନୂଆ ଧୋତି ଗାମୁଛା ସହିତ ନୂଆ କୁର୍ତ୍ତା ପରିଧାନ କରି ଆଶ୍ରମ ପରିସରରେ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ନବାନ୍ନ ଖାଇଥିଲେ । ଏହାପରେ ପରସ୍ପରଙ୍କୁ ସଭିଏଁ ଜୁହାର ଭେଟ ହେବା ସମୟରେ ଅଧିକାଂଶ ଅନ୍ତେବାସୀ ଭାବବିହ୍ୱଳ ହେଉଥିବା ଦେଖିବାକୁ ମିଳିଥିଲା । ନୂଆଁଖାଇର ସମସ୍ତ ସାମଗ୍ରୀ ପ୍ରଦାନ କରିଥିବାରୁ ଅନ୍ତେବାସୀମାନେ ସମାଜସେବୀ ଗୀତା ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

12 + 19 =