pakka

ସରସ୍ଵତୀ ଶିଶୁ ମନ୍ଦିରରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜନ ଉତ୍ସବ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗରସ୍ଥ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ପୌରାହିତ୍ୟରେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ସଂସ୍କୃତ ଆଚାର୍ଯ୍ୟ ପଣ୍ଡିତ ମନୋରଞ୍ଜନ ଦାଶ, କୈଳାଶ ଚନ୍ଦ୍ର ଶତପଥୀ ପୂଜା ବିଧି ସମ୍ପାଦନ କରିଥିବା ବେଳେ ସଭାପତି ଉପେନ୍ଦ୍ର ମହାନ୍ତି, ସମ୍ପାଦକ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଏ ରାବଣା ରାଓ, ସଦସ୍ୟ ଏସ୍. ରାମପ୍ରସାଦ ପଟ୍ଟନାୟକ, ସଦସ୍ୟା ଶ୍ରୀମତି ସୁନିତା ସେଠୀ, ପୂର୍ବତନ ସମ୍ପାଦକ ଟି. ଭେଙ୍କେଟ କ୍ରିଷ୍ଣେୟା, ଶ୍ରୀମତୀ ବିଜୟଲକ୍ଷ୍ମୀ ରଥ ପ୍ରମୁଖ ତଥା ସହରର ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପୂଜାରେ ଯୋଗଦେଇଥିଲେ । ଏହି ଅବସରରେ ପୂର୍ବତନ ସଦସ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ରଥଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

jay balangir
Leave A Reply

Your email address will not be published.

19 + 3 =