ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା : ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗ୍ରାହକ ସାଜି ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରୁ ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଘଟଣାରେ ସଂପୃକ୍ତ ଚନ୍ଦ୍ରାବତୀ ବେହେରା (୬୩) ନାମକ ଜଣେ ବୃଦ୍ଧାଙ୍କୁ ଗିରଫ କରାଯାଇଛି । ଜବତ ୩୫ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ବିପ୍ରଚରଣ ମଣ୍ଡଳଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଚନ୍ଦ୍ରାବତୀଙ୍କ ପୁଅ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.

nine − four =