ଗୋଡଫୁଲା ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ୨ ଭାଲୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁରେ ୨ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଫଳରେ ଗାଁ ଲୋକେ ଭୟରେ ଦିନ ତମାମ କବାଟ ବନ୍ଦ କରି ରହିଥିଲେ । କୌଣସି ଧନ ଜୀବନ କ୍ଷତି ହୋଇ ନ ଥିବା ବେଳେ ଗାଁରେ ଭୟର ବାତାବରଣ ଦେଖାଦେଇଛି । ସୂଚନା ଅନୁସାରେ ଗୋଡଫୁଲା ଗାଁକୁ ମା’ ଓ ଛୁଆ ଭାଲୁ ଆସି ଏକ ବୁଦାରେ ପଶି ଯାଇଥିଲେ । ଦୀର୍ଘ ୯ ଘଣ୍ଟା ଧରି ବୁଦା ଭିତରେ ରହିବା ପରେ ପଦାକୁ ବାହାରି ଲୋକଙ୍କ ବାଡିରେ ପଶି ଯାଇଥିଲେ । ସେଠାରୁ ବାହାରି ଗାଁ ମୁଣ୍ଡରେ ବୁଲିଥିଲେ । ଖବର ପାଇ ନୂଆପଡ଼ା ସଦର ବନାଞ୍ଚଳ ବନପାଳ ଦୀପ୍ତିମାନ ପଣ୍ଡା ଏବଂ କର୍ମଚାରୀ ଗୋଡଫୁଲା ଗାଁରେ ପହଞ୍ଚି ଭାଲୁକୁ ଘଉଡାଇବା ପରେ ଭାଲୁ ଦ୍ୱୟ ପାଖ ସାଲିହା ପାହାଡ଼କୁ ପଲାଇଥିଲେ । ବର୍ତ୍ତମାନ ପାହାଡ଼ରେ କେତେକ ଭାଲୁ ରହିଥିବା ଜଣାପଡିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ଭିତରକୁ ପଶି ଆସୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.

5 × 4 =