csstore

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ଦ୍ୱାରା ନିଶୁଳ୍କ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ଏବଂ ସ୍ଥାନୀୟ ନୃସିଂହ ମନ୍ଦିର ମହାରାଜ (ମୌର ସନ୍ୟାସୀ)ଙ୍କ ତତ୍ତ୍ୱାବଧାନରେ ୪ ଜଣ ବଟୁଙ୍କର ନିଶୁଳ୍କ ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟନ କାର୍ଯ୍ୟକୁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ପଣ୍ଡିତ ଜୟକୃଷ୍ଣ ଦାଶ ଶର୍ମାଙ୍କ ପୌରାହିତ୍ୟରେ ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟ କାର୍ଯ୍ୟକୁ ପୂର୍ବତନ ସଭାପତି ପଣ୍ଡିତ ଗିରିଧାରୀ ଶତପଥି, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ ଓ ପଣ୍ଡିତ ବଳରାମ ହୋତା ପ୍ରମୁଖଙ୍କ ଦ୍ୱାରା ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟନ କାର୍ଯ୍ୟରେ ବ୍ରାହ୍ମଣ ସଭାର ସଭାପତି ଧନଞ୍ଜୟ ମିଶ୍ର ଏବଂ ସଂପାଦକ ଆଇନଜୀବୀ ଜୟରାମ ମିଶ୍ରଙ୍କ ପ୍ରରୋଚନାରେ ସମ୍ପୂର୍ଣ୍ଣ କରାଯାଇଥିଲା । ଏହି କାର୍ଯ୍ୟରେ ଉପଦେଷ୍ଟା ନୀଳମଣି ମିଶ୍ର, ସତ୍ୟବନ୍ତ ବେଦବାକ, ଉପସଭାପତି ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସହସଂପାଦକ ପୁରୁଷୋତ୍ତମ ପଣ୍ଡା ଏବଂ ଶୁଭେନ୍ଦ୍ର ନେପାକ, ରଘୁନାଥ ମିଶ୍ର, ପର୍ଶୁରାମ ବାହିନୀର ମଦନ ମୋହନ ରଥ, ଶକ୍ତି ବାହିନୀ ଏବଂ ଆଦ୍ୟ ଶକ୍ତିର କସ୍ତୁରୀ ରଥ, ଦାମୋଦର ଓତା, ବନମାଲି ନନ୍ଦ, କପିଳ ପତି, ବିଶେଶ୍ୱର ପୁଜାରୀ, ବିଶ୍ୱନାଥ ଶତପଥି, ଭକ୍ତଚରଣ ମିଶ୍ର, ଗୋପବନ୍ଧୁ ଶତପଥି ଏବଂ ଆଗଲପୁର ବ୍ଲକର ବ୍ରାହ୍ମଣ ସମାଜର ସଭାପତି ଓ ଅନ୍ୟମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.