ଭତ୍ତା ବଣ୍ଟନ ପାଇଁ ଯାଉଥିବା ବେଳେ ଲୁଟ୍‌ ଉଦ୍ୟମ : ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦପଡ଼ାରେ ଭତ୍ତା ବଣ୍ଟନ ପାଇଁ ଯାଉଥିବା ବେଳେ ଲୁଟ୍‌ ଉଦ୍ୟମ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ମ୍ୟୁନିସିପାଲଟି କର୍ମଚାରୀ କଦମପଡ଼ାର ଜିତେନ୍ଦ୍ର ମହାନନ୍ଦ ଶନିବାର ସକାଳ ୮ଟାରେ ୩ ଲକ୍ଷ ୫୦ ହଜାର ଟଙ୍କା ନେଇ ସୁଦପଡ଼ା ଯାଉଥିଲେ । ରାସ୍ତାରେ ଜଣେ ଦୁର୍ବୃତ୍ତ ଅଶ୍ଲିଳ ଭାଷାରେ ଗାଲି ଗୁଲଜ କରି ପଇସା ଲୁଟିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜିତେନ୍ଦ୍ର ଭତ୍ତା ଟଙ୍କା ନେଇ ଯାଉଥିବା ଜାଣି କିଛି ଦୁର୍ବୃତ୍ତ ପଇସା ଲୁଟ ଉଦ୍ୟମ କରୁଥିବା ବେଳେ ଜିତେନ୍ଦ୍ର ଭୟରେ ସେଠାରୁ ଖସି ଯାଇଥିଲେ । କିନ୍ତୁ ତାଙ୍କୁ ପିଛା କରିଥିଲେ ଦୁବୃର୍ତ୍ତ । ଜିତେନ୍ଦ୍ରଙ୍କୁ ଅଟକାଇ ନପାରି ପଛପଟୁ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ । ତେବେ ଭତ୍ତା ବଣ୍ଟନ କେନ୍ଦ୍ର ପାଖରେ ଥିବାରୁ ସୁରକ୍ଷିତ ଭାବେ ଭତ୍ତା ବଣ୍ଟନ କେନ୍ଦ୍ରକୁ ପହଞ୍ଚି ପଇସା ହସ୍ତାନ୍ତର କରିଥିଲେ ବଣ୍ଟନ କରୁଥିବା କର୍ମଚାରୀଙ୍କୁ । ଲୁଟ୍‌ର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମ୍ୟୁନିସିପାଲଟି କର୍ମଚାରୀ । ଏନେଇ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

1 × two =