jsm

ନିଆରା ଭାବେ ପାଳନ ହେବ ବଲାଙ୍ଗିର ଦିନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପି.ପି. ଏକାଡେମୀ ଠାରେ ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଦିନ ପାଳନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୧କୁ ବଲାଙ୍ଗିର ଦିନ ରୂପେ ପାଳନ କରାଯିବ କିନ୍ତୁ ଏ ବର୍ଷ କିଛି ନିଆରା ଭାବରେ ପାଳନ କରିବା ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ବୁଦ୍ଧିଜୀବୀମାନେ ନିଜର ମତାମତରେ ବିଭିନ୍ନ ପ୍ରସ୍ତାବ ଗୃହିତ କରାଯାଇଛି । ଏଥର ନଭେମ୍ବର ୧ରେ ଦିପାଳୀ ମଧ୍ୟ ପଡୁଥବାରୁ ତାହାକୁ ଆଖି ଆଗରେ ରଖି ନିଆରା ଭାବରେ ପାଳନ କରାଯିବ । ଆଜିର ଏହି ବୈଠକରେ ଲୋଟସ ଷଡଙ୍ଗୀ, ପ୍ରତାପ ରଥ, ଦିନେଶ ଶର୍ମା, ବିଦୁ ଭୂଷଣ ତ୍ରିପାଠୀ, ବିନୋଦ କାଲସାଏ, ସୋମନାଥ ମିଶ୍ର, ବିକାଶ ସା, ସଂଜିବ ସାହୁ, ସତ୍ୟ ହୋତା, ନୂତନ ଦାସ, ରଶ୍ମି ପାତ୍ର, ନଳିନୀପ୍ରଭା ଶତପଥି, ସଙ୍ଗିତା ଦାଶ, ରୋଜିଶ୍ୱିତା ହୋତା, ବନଶ୍ରୀ ଆଚାର୍ଯ୍ୟ, ସୌଦାମିନି ମିଶ୍ର, ଗଦାଧର ଆଚାର୍ଯ୍ୟ, ସୁରେଶ ଡାଙ୍ଗ, କଲାକୃଷ୍ଣ ସାହୁ, ଚିତ୍ରସେନ ବେହେରା, ଆକାଶ ମହାନା, ପ୍ରତାପ ତ୍ରିପାଠୀ, ସତ୍ୟ ପଟେଲ, ଗୋବିନ୍ଦ ଶତପଥି, ସନ୍ତେଷ ହୋତା, ପ୍ରଭାକର ମିଶ୍ର, କପିଳେଶ୍ୱର ଖମାରୀ, ସୁନିଲ ବିଶ୍ୱାଳ, ଟିକଳ ପୁଟେଲ, ଜୟନ୍ତ ମହାନ୍ତି, ପ୍ରଶାନ୍ତ ନାକ, ନୁତନ ସେନ୍ଦ୍ରିଆ, ସରିତା ଦାଶ, ରାଜେଶ ଶର୍ମା, ରାମ ଦାସ, ରାଜେଶ ଦାସ, ରବିନ୍ଦ୍ର ପଧାନ, ଶ୍ୟମ ଗହିର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.