csstore

ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ହେଲେ ଶର୍ମିଷ୍ଠା ପ୍ରଧାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ହେଲେ ଶର୍ମିଷ୍ଠା ପ୍ରଧାନ । ଆଜି ପଞ୍ଚାୟତ ସମିତି ପାଇଁ ଅଧ୍ୟକ୍ଷା ପଦବୀ ନିମନ୍ତେ ନିର୍ବାଚନରେ ବିଜେଡି ପାର୍ଥିନୀ ଶ୍ରୀମତୀ ପ୍ରଧାନ ୧୫ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୦ ଜଣ ସମିତି ସଭ୍ୟଙ୍କ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପାର୍ଥିନୀ ଦୀପାଳି ନାୟକ ୫ଟି ଭୋଟ ପାଇଥିବା ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି । ସେ ପାଲଙ୍ଗ ପାଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ।ତାଙ୍କର ଏହି ବିଜୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା କୃତଜ୍ଞତା ଜଣାଇଛନ୍ତି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଜୟୀ ଘୋଷିତ ହେବା ପରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କୁ ବିଜେଡି ନେତା ଓ କର୍ମୀ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ପୋଲସରା ବିଡ଼ିଓ ସୁରଞ୍ଜନ ସାହୁ ନିର୍ବାଚନ ଦାୟିତ୍ୱରେ ରହିଥିବା ବେଳେ ତହସିଲଦାର ଅରୁଣ କୁମାର ନାୟକ ମାଜିଷ୍ଟେଟ ଦାୟିତ୍ୱରେ ରହିଥିଲେ । ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ରମ୍ଭାଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସହ ପୋଲିସ ଟିମ୍‌ ଆଇନ ସୁରକ୍ଷାକୁ ନେଇ ସଜାଗ ରହିଥିଲେ ।

jayashree
Leave A Reply

Your email address will not be published.