pakka

ମ.ରାମପୁର ବ୍ଲକରେ ମନ୍ଦାକିନୀ ସିଂହଦେଓ ହେଲେ ଅଧ୍ୟକ୍ଷା

bbehera

ମ.ରାମପୁର, (ହେମନ୍ତ ସାହୁ) : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ମ.ରାମପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସହିତ ମନ୍ଦାକିନୀ ସିଂହଦେଓ ହେଲେ ବ୍ଲକ ଅଧ୍ୟକ୍ଷା । ଆଜି ନାମାଙ୍କନ ଦାଖଲ ପରେ ନିର୍ବାଚନ ହୋଇଥିଲା ଏବଂ ଦୁଇଜଣ ପ୍ରାର୍ଥିନୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ନିର୍ବାଚନ ପରେ ମନ୍ଦାକିନୀଙ୍କୁ ୧୪ଗୋଟି ଭୋଟ ମିିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ରହିଥିବା ମୁଡ଼ିଙ୍ଗ ଗ୍ରାମ ପଞ୍ଚାୟତର ସମିତିସଭ୍ୟା ବାଳମତି ମାଝୀ ମାତ୍ର ୫ଖଣ୍ଡ ଭୋଟ ପାଇଥିଲେ । ଏହି ବ୍ଳକର ଡ଼ୁଡ଼ୁକାରଞ୍ଜା ଗ୍ରାମ ପଞ୍ଚାୟତରୁ ସମିତିସଭ୍ୟ ଭାବରେ ନିର୍ବାଚନ ଜିତି ମନ୍ଦାକିନୀ ସିଂହଦେଓ ଅଧ୍ୟକ୍ଷ ପାଇଁ ଆଶାୟୀ ରହିଥିଲେ । ଆଜି ଗଣତି ପରେ ପରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ବ୍ଳକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ସମିତିସଭ୍ୟ/ସଭ୍ୟାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ନିର୍ବାଚନ ପରେ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ ସମସ୍ତ ସମିତିସଭ୍ୟ/ସଭ୍ୟା ତଥା ମ.ରାମପୁର ବ୍ଳକ ଜନସାଧାରଣଙ୍କୁ ନିଜର କୃତଜ୍ଞତା ଅର୍ପଣ କରିଛନ୍ତି ।

jay balangir
Leave A Reply

Your email address will not be published.

three × one =

error: Content is protected !!