csstore

ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ପୁନର୍ବାସ ପାଇଁ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ ଶୁଭାରମ୍ଭ

ପାଇକମାଳ, (କେପିଏନ୍‌ଏସ୍‌) : ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ପୁନର୍ବାସ ପାଇଁ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ ପଲ୍ଲି ଆଲୋକ ପାଠାଗାର ବଲାଙ୍ଗିର ଆନୁକୁଲ୍ୟରେ ଗୁରୁବାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ କୁମାର ଓଦୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବୁକୁରାୁଣ୍ତା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶୁଭ୍ର ପ୍ରକାଶ ସେନାପତି, କେଛୋମାଲ ସରପଞ୍ଚ୍ ଚିତ୍ତରଞନ ପ୍ରଧାନ, ବିପିଏମ ରବି ଶଙ୍କର ନାଏକ, ବିଏଲସି ବଟ କିଶୋର ଦିପ, ସାମାଜିକ ସୁରକ୍ଷା ଅଧିକାରୀ ଭବାନୀ ପଟେଲ ଯୋଗ ଦେଇଥିବା ବେଳେ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ ମାନେ ଅଂଶ ଗ୍ରହଣ କରିଥିଲେ । ପାଠାଗାରର ହିରାଲାଲ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ ନାୟକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥି ମାନେ କାର୍ଯ୍ୟକ୍ରମର ଆଲୋଚନାରେ ଅଂଶ ଗ୍ରହଣ କରି ତାଙ୍ଗ ସ୍ତରରେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଶେଷରେ ରଞ୍ଜନ ପାଣ୍ତେ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.