csstore

ବିଜେପି ପକ୍ଷରୁ ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଅନେକ ଗରିବ ନୀରିହ ଲୋକ ଲକଡାଉନ ଓ ସଟଡାଉନ ଯୋଗୁଁ ଖାଇବା ପାଇଁ ଡହକ ବିକଳ ହେଉଛନ୍ତି । ଫଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସାତ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ ଡାକ୍ତରଖାନାରେ ସଇଁନ୍ତଲା ମଣ୍ଡଳ ସଭାପତି ଦୈତାରି ଭୋଇ, ସରୋଜ ସାହୁ, ସ୍ଥାନୀୟ ସରପଞ୍ଚ ଭିମସେନ ସ୍ୱାଇଁ, ତ୍ରିନାଥ ସାହୁ, ଗୌରି ରଣା, ବିରଞ୍ଚି ରଣା, ବୁବୁନ ପାଣିଗ୍ରାହୀ ପ୍ରମୁଖ ସହଯୋଗଙ୍କ ସହଯୋଗରେ କଦଳୀ, ସିଓ, ଅଙ୍ଗୁର, ପାଉଁରୁଟି, ବିସ୍କୁଟ ଭଲି ଅନେକ ଖାଦ୍ୟ ବଣ୍ଟନ କରିଥିଲେ । ତେବେ ବ୍ଳକର ଟିକ୍ରାପଡା ଠାରେ ମାସ୍କ ବଣ୍ଟନ, ଗଣ୍ଡପତ୍ରା ପାଳି ଠାରେ ରନ୍ଧା ଖାଦ୍ୟ ବଣ୍ଟନ, ବେଳଗାଁରେ ଶୁଖୁଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.