pakka

ଦେଓଗାଁ ବ୍ଲକ ୧୩ନଂ ଜିଳ୍ଲା ପରିଷଦ ଜୋନ : ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ପରେ ହେବ ଦ୍ଵିମୁଖି ପ୍ରତିଦ୍ୱନ୍ଦିତା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ୧୨ ଓ ୧୩ନଂ ଭାବେ ୨ଟି ଜିଲ୍ଲା ପରିଷଦ ଜୋନ । ହେଲେ ୧୨ନଂ ଜିଲ୍ଲା ପରିଷଦ ଜୋନ ଅପେକ୍ଷା ୧୩ନଂ ଜୋନ ରାଜନୀତି ପାଣିପାଗ ନିଆରା । ୧୩ନଂ ଜୋନରେ ଅଧିକ ସଂଖ୍ୟକ ଗାଁ, ଅଧିକ ଭୋଟର, ଅଧିକ ସଚେତନ ବ୍ୟକ୍ତି ଓ ସରକାରୀ କର୍ମଚାରୀ ସହ ବ୍ଲକ ସଦର ମହକୁମା ଦେଓଗାଁ, ଜରାସିଂହା, ସାଲେପାଲି ପରି ଗାଁ ଥିବାରୁ ରାଜନୀତି ସମୀକ୍ଷକମାନେ ମତଦାତାଙ୍କୁ ଅଲଗା ନଜରରେ ଦେଖିଥାନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ୧୩ନଂ ଜୋନରେ ହାତ ଚିହ୍ନ ଅର୍ଥାତ କଂଗ୍ରେସ ଦଳ ୩ଥର ନିର୍ବାଚନରେ ବିଜୟ ଲାଭ କରିଥିବା ବେଳେ ବିଜେଡ଼ି ଦଳ ୨ଥର ନିର୍ବାଚନ ଜିତିଛି । ହେଲେ ବିଜେପି ଖାତା ଖୋଲି ନାହିଁ, ଯଦିଓ ୨୦୧୭ ନିର୍ବାଚନରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧକ୍ଷ ଆସନ ହାତେଇଥିଲା । ଚଳିତ ନିର୍ବାଚନରେ ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ କୈଲାଶ ତାଣ୍ଡିଙ୍କ ପତ୍ନୀ ମୁକ୍ତାଦେଇ ତାଣ୍ଡିଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବିଜେଡ଼ି ଜରାସିଂହା ଗାଁର ସୁମତୀ ସେଠଙ୍କୁ ପ୍ରାର୍ଥୀ କରିଛି । ହେଲେ ବିଜେପି ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିିଥିବା ସଭ୍ୟଙ୍କ ନାମ ଭୋଟର ତାଲିକାରେ ନଥିବାରୁ ତାଙ୍କୁ ନିର୍ବାଚନ କମିଶନର ଅଯୋଗ୍ୟ ଘୋଷଣା କରିଥିଲେ । ତେଣୁ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବା ଜଳ ଜଳ ଦିଶୁଛି । ଦେଓଗାଁ ବ୍ଳକର ୧୩ନମ୍ବର ଜୋନରେ କିଏ ହେବ ଜିଳ୍ଲା ପରିଷଦ ସଭ୍ୟ ମାତ୍ର କିଛିଦିନ ପରେ ଜଣାପଡ଼ିବ ।

jay balangir
Leave A Reply

Your email address will not be published.

9 − 5 =