୧୮୦ କେ.ଜି ଗଞ୍ଜେଇ ଜବତ : ୪ ଅଭିଯୁକ୍ତ ଗିରଫ

ଜୟପୁର : ମାଳକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳରୁ ଛତିଶଗଡର ରାୟପୁରକୁ ଗଞ୍ଜେଇ ଚୋରା ଚାଳାଣ ହେଉଥିବା ବେଳେ ଜୟପୁର ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରି ୪ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏକ କଲେଜ ଛାତ୍ର ମଧ୍ୟ ସାମିଲ ଥିବା ବେଳେ ୧୮୦ କେ.ଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ ବେଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ୨ଟି ମୋଟର ସାଇକେଲ, ଗୋଟଏ କାର, ୩ଟି ମୋବାଇଲ ଜବତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

three + fifteen =

error: Content is protected !!