csstore

ଓଡିଶା ନିଯୁକ୍ତି ବିଭାଗର ଦୁର୍ନୀତିକୁ ନେଇ କେନ୍ଦୁଝର ବିଜେପିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ଘର ଚଢ଼ାଉ ପରେ ସନ୍ଦେହ ଘରକୁ ଆସିଛି ଦୁର୍ନୀତି ଗ୍ରସ୍ତ ନିଯୁକ୍ତି ପରୀକ୍ଷାରେ ରାଜ୍ୟ ସରକାରଙ୍କ ସଂମ୍ପୃକ୍ତିକୁ ନେଇ । ରାଜ୍ୟ ସରକାରଙ୍କ ଦୁର୍ନୀତି ଆଜି ମଠରୁ ଆସି ହାଟରେ ପଡ଼ିଛି । ତେବେ ଏହାକୁ ଦୃଢ ନିନ୍ଦା କରିବା ସହିତ କେନ୍ଦୁଝର ଜିଲ୍ଲା ବିଜେପି ତରଫରୁ ଆଜି ଅପରାହ୍ନ ୫.୧୦ ଘଟିକା ସମୟରେ କେନ୍ଦୁଝର ସହର ସ୍ଥିତ ସହିଦ ସଦନ ନିକ ରୁ ଏକ ରାଲିରେ ବାହାରି ଜିଲ୍ଲାପାଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ରାଜ୍ୟ ସରକାରଙ୍କ ନିଯୁକ୍ତି ବିଭାଗର ଦୁର୍ନୀତିକୁ ଅତିଶୀଘ୍ର ସିବିଆଇ ଦ୍ୱାରା ତଦନ୍ତ କରାଯିବାକୁ କେନ୍ଦୁଝର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । ତେବେ ଦାବୀ ପୂରଣ ନହେଲେ ବିଜେପି ତରଫରୁ ଚକ ଅଖ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

jayashree
Leave A Reply

Your email address will not be published.