csstore

ନୂତନ ଆହାର କେନ୍ଦ୍ର ଗୃହ ଓ ବିଜୁପଟ୍ଟନାୟକ ମାର୍କେଟ୍ କମ୍ପ୍ଲେକ୍ସ-୨ ଉଦ୍‌ଘାଟିତ

ବେଲଗୁଣ୍ଠା : ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ନୂଆଁ ବସ୍ ଷ୍ଟାଣ୍ଡ୍ ନିକଟରେ ଏକ ଆହାର କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରିଥିଲେ । ଏହା ସହ ବସ୍ ଷ୍ଟାଣ୍ଡ୍ ସମ୍ମୁଖରେ ଥିବା ବିଜୁପଟ୍ଟନାୟକ ମାର୍କେଟ୍ କମ୍ପ୍ଲେକ୍ସ-୨ କୁ ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ବିଧାୟକ ପୂର୍ଣ୍ଣଚନ୍ଦ୍ରଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ପୂର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ନେତା ସତ୍ୟନାରାୟଣ ମହାପାତ୍ର, ଚନ୍ଦ୍ରମଣି ସାମଲ, ବ୍ଳକ୍ ସାଂସଦ ପ୍ରତିନିଧି ପ୍ରଶାନ୍ତ ନାୟକ, ଜିଲ୍ଳା ଯୁବ ବିଜେଡ଼ି ସମ୍ପାଦକ ଦିବ୍ୟରଞ୍ଜନ ଦାସ, କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା, ସମାଜସେବୀ ଆଲୋକ ସାହାଣୀ, ଲିଟୁ ମହାପାତ୍ର, ସୁଶାନ୍ତ କୁମାର ବେହେରା, ମାଧବ ଚନ୍ଦ୍ର ଆପଟ, ମଣ୍ଟୁ ମହାପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.