ବିଜେଡ଼ି ଗଡ଼ରେ ବିଜେପି ଦଳର ରଣହୁଙ୍କାର : ବିଜେପିରେ ସାମିଲ ହେଲେ ୩୯ ଜଣ ଯୁବକ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାମନ୍ତ୍ରୀଙ୍କ ପ୍ରଚାର ପ୍ରସାର ସେତିକି ଦେଖିବାକୁ ମିଳିଛି । ଅନ୍ୟପଟେ ଭୋଟରଙ୍କୁ ହାତେଇବା ପାଇଁ ଏବେ ଗାଁ ଗାଁରେ ରାଜନେତାମାନଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଥାଏ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ । ଏହି ବ୍ଳକରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଭୋଟ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଧରବଗଡ଼ ପଞ୍ଚାୟତ ବିଜେଡ଼ିର ଗଡ଼ ରହିଥିବା ବେଳେ ବିଜେପି ଦଳ ରଣହୁଙ୍କାର ଦେଇଛି । ଏହି ପଞ୍ଚାୟତର ଜାମଖୁଣ୍ଟା ଖେଳପଡିଆଠାରେ ଏକ ପଞ୍ଚାୟତସ୍ତରୀୟ ବିରାଟ କର୍ମୀ ସମ୍ବିଳନୀ ଆୟୋଜିତ ହୋଇଥିଲା । ଏଥିରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ନେତା ମହେନ୍ଦ୍ର ଠାକୁର, ଜିଲ୍ଲା ପରିଷଦ ପ୍ରାର୍ଥୀ ସୁପେତ ବାଗ ଓ ସମିତି ସଭ୍ୟା ପ୍ରାର୍ଥୀ କ୍ଷୀରବତୀ ବଗର୍ତିଙ୍କ ଉପସ୍ଥିତିରେ ୩୯ ଜଣ ଯୁବକ ବିଜେପି ଦଳରେ ସାମିଲ ହୋଇଥିବା ବେଳେ ଉଭୟଙ୍କୁ ଦଳ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଗଣେଶ ଘିଭେଲା, ସୁରେନ୍ଦ୍ର ଚିନ୍ଦା, ଭରତ ହେର୍ଣ୍ଣା, ବିନୋଦ ବାରିକ, ପ୍ରଦୀପ ବାରିକ, ବୁଲୁ ମହାନନ୍ଦ, ଲକ୍ଷଣ ବାଗ, ଉପେନ୍ଦ୍ର ବାଗ, ସନାତନ ପ୍ରଧାନ, ତ୍ରିନାଥ ରାଉତ, ପଟୁ ବିଶ୍ୱାଲଙ୍କ ସମେତ ୩୯ ଯୁବକ ବିଜେପିରେ ସାମିଲ ହୋଇଥିଲେ । ଏହି ୩୦ ନମ୍ବର ଟିକ୍ରାପଡା ଜୋନରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିବାରୁ ଶାସକ ଦଳରୁ ଆଦିବାସୀ ଓ ପଛୁଆ ବର୍ଗ ଲୋକମାନଙ୍କୁ ଅଣଦେଖା କରାଯାଇଛି ବୋଲି ବିଜେପି ଦଳ ଅଭିଯୋଗ ଉଠାଇଥିଲେ । ଅନ୍ୟପଟେ ଟିକ୍ରାପଡ଼ା ୩୦ ନମ୍ୱର ଜୋନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସୁପେତ ବାଗ ମଇଦାନକୁ ଓହ୍ଲାଇଥିବା ବେଳେ ଘର ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ତେବେ ଶ୍ରୀ ବାଗ ଜଣେ ଯାଦବ ପରିବାର ସଦସ୍ୟ ହୋଇଥିବା ବେଳେ ଯାଦବ ସମାଜର ଶତାଧିକ ଭୋଟରଙ୍କ ସମର୍ଥନ ଅଧିକ ରହୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.

10 − six =

error: Content is protected !!