pakka

ବିଜେପିର ଜନ ସଂପର୍କ ଯାତ୍ରା : ବିଜୁ ଯୁବ ବାହିନୀ ପ୍ରମୁଖ, ଗାଁ ଗୌନ୍ତିଆ ବିଜେଡି ନେତା ବିଜେପିରେ ସାମିଲ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ଝାରବନ୍ଧ ବ୍ଲକରେ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବା ପାଇଁ ଏକ ଜନ ସଂପର୍କ ଯାତ୍ରା ସହ ହରଡାଟାଲ ଗ୍ରାମରେ ଯୁବନେତା ବିନୋଦ ବିହାରୀ ବାଗଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ତ୍ତା ବୈଠକରେ ଡଭା ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀର ଉତ୍ତର ବରିହା, କନ୍ଦାଡଙ୍ଗର ଗ୍ରାମ ଗୌନ୍ତିଆ ତଥା ବିଜେଡି ବରିଷ୍ଠ ନେତା ଗିରଧାରୀ ପ୍ରଧାନ, ଝାରବନ୍ଧ ବିଜେଡିର ତୁଙ୍ଗନେତା ମନୋଜ ପ୍ରଧାନ ପ୍ରମୁଖ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ ବିଜେପିରେ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକର୍ତ୍ତା ବୈଠକରେ ଝାରବନ୍ଧ ମଣ୍ତଳ ସଭାପତି ମିଳନ ପାଣ୍ଡେ, ବିଜେପିର ବରିଷ୍ଠ ନେତା ଦୁର୍ଗାପ୍ରସାଦ ଅଗ୍ରୱାଲ, ଡା. ଲମ୍ବୋଦର ପଣ୍ତା, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ମାନଭଞ୍ଜନ ମିର୍ଦ୍ଧା, ସାମନ୍ତ ଶେଖର ମୁନା, ନାଥ ସିଦ୍ଦାର, ଦୁତିଆ ଭୋଇ, ଜିଲ୍ଲା ପରିଷଦ ସଦସ୍ୟ କୁମୁଦିନୀ ସାହୁ, ଝାରବନ୍ଧ ସରପଞ୍ଚ ଧନମତୀ ପାଣ୍ତେ, ଧନେଶ୍ଵର ସାହୁ ଉପସ୍ଥିତ ରହି ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ବିଜେପି ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବା ପାଇଁ ଆହ୍ୱାନ କରିଥିଲେ । ବୈଠକରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଗରିବ ଭୋଇଙ୍କ ସମେତ ବିଲାସପୁର, ଅମଠି, ଗୋଠୁଗୁଡା, ଝାରବନ୍ଧ, କନ୍ଦାଡଙ୍ଗର, ଡଭା, ଛେଟଅନକି ସାତଟି ଗ୍ରାମ ପଞ୍ଚାୟତର ବିଜେପି ସମର୍ଥିତ ସମସ୍ତ ସରପଞ୍ଚ ସମିତିସଭ୍ୟ ପ୍ରାର୍ଥୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen − 4 =