ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ ଜିବନ୍ତ ଜାଳିଦେଲା ସାନ ଭଉଣୀ

ହାଇଦ୍ରାବାଦ : ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ ଜିବନ୍ତ ଜାଳିଦେଲା ସାନ ଭଉଣୀ । ଏହି ଘଟଣାରେ ସେ ନିଜେ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅମାନୁଷିକ ଘଟଣା ଘଟିଛି ତେଲେଙ୍ଗାନାର ମେଡକ ଜିଲା ସ୍ଥିତ ୱାଡ଼ିଆରାମ ଗାଁରେ । ପୁଲିସ ସୂଚନା ଅନୁସାରେ ସ୍ୱାମୀ କିଛି ବର୍ଷ ପୂର୍ବରୁ ତାଙ୍କୁ ଛାଡ଼ି ପଳାଇବା ପରେ ବରଲକ୍ଷ୍ମୀ(୩୬) ଗାଁରେ ନିଜ ୨ ସନ୍ତାନଙ୍କ ସହ ରହୁଥିଲେ । ତେବେ ସୋମବାର ରାତିରେ ତାଙ୍କ ସାନ ଭଉଣୀ ରାଜେଶ୍ୱରୀ ବରଲକ୍ଷ୍ମୀଙ୍କ ପାଖକୁ ଆସି ସମ୍ପତ୍ତି ଭାଗବଣ୍ଟାକୁ ନେଇ ପାଟିତୁଂଡ଼ କରିଥିଲେ । ରାଜେଶ୍ୱରୀ ସାଙ୍ଗରେ ଏକ ପେଟ୍ରୋଲ ବୋତଲ ମଧ୍ୟ ଆଣିଥିଲେ । ରାଗିଯାଇ ଶେଷରେ ସେ ବରଲକ୍ଷ୍ମୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ହୁତ୍‌ ହୁତ୍‌ ହୋଇ ଜଳୁଥିବା ବରଲକ୍ଷ୍ମୀ ରାଜେଶ୍ୱରୀଙ୍କୁ ଏତିକି ବେଳେ ଧରି ପକାଇଥିଲେ । ଏହାପରେ ରାଜେଶ୍ୱରୀ ଭୟ​‌ରେ ଚିତ୍କାର କରିବାକୁ ଲାଗିଲେ । ଇତି ମଧ୍ୟରେ ନିଆଁ ଧାସ ଦେଖି ପଡ଼ୋଶୀ ସେଠାରେ ପହଞ୍ଚିଥିଲେ । ସେମାନେ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ, ହେଲେ ସେତେବେଳକୁ ବରଲକ୍ଷ୍ମୀ ଗୁରୁତର ଭାବେ ଜଳି ସାରିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅପରପକ୍ଷରେ ରାଜେଶ୍ୱରୀ ମଧ୍ୟ ୮୦ ପ୍ରତିଶତ ଜଳି ତାଙ୍କ ଅବସ୍ଥା ଏବେ ବେଶ୍‌ ଗୁରୁତର ରହିଥିବା କୁହାଯାଇଛି ।

Leave A Reply

Your email address will not be published.

1 × 2 =