csstore

ବିଜେପିକୁ ଶକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ଜିଲ୍ଲା ସଭାପତି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବିଜେପିକୁ ମଜବୁତ କରିବା ପାଇଁ ସାତ ଗୋଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି । ସମସ୍ତ ମଣ୍ଡଳକୁ ସଶକ୍ତ କରିବା ସହ ନଗର ଓ ପଂଚାୟତ ନିର୍ବାଚନ ପାଇଁ ସମସ୍ତ ଯୋଜନା ତିଆରି କରାଯାଇଛି । ଏହି ଦୃଶ୍ୟ ଶ୍ରାବ୍ୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର, ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ ପ୍ରଧାନ, ବରିଷ୍ଠ ବିଜେପି ନେତା ମାଗୁଣି ଗାଇଗରିଆ, ସୂର୍ଯ୍ୟନାରାୟଣ ମହାପାତ୍ର, ପୂର୍ବତନ ସଭାପତି ସୌମିତ୍ରୀ ନାଏକ, ସଂଯୁକ୍ତା ନାଏକ, ମନରଞ୍ଜନ ଦାସ, ମିନାରାଣୀ ମିଶ୍ର, ସ୍ୱର୍ଣ୍ଣମୟୀ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ତାପସ ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ ପ୍ରମୁଖ ବିଜେପି ନେତା ଯୋଗଦେଇ ବିଜେପିକୁ ଆହୁରି ଜିଲ୍ଲାରେ ଶକ୍ତ କରିବାକୁ ସଂକଳ୍ପ ନେଇଥିଲେ ।

jayashree
Leave A Reply

Your email address will not be published.