ବିଜେଡି ସକ୍ରିୟ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ପ୍ରଶିକ୍ଷିଣ ଶିବର ପରିପେକ୍ଷୀରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ଆଗଲପୁର ଓ ପୁଇଁତଲା ବ୍ଲକର ବିଜୁ ଜନତା ଦଳର ସକ୍ରିୟ ସଭ୍ୟଙ୍କ ପ୍ରଶିକ୍ଷଣ ଶିବର ଉଦ୍‌ଯାପିତ ହୋଇଯାଇଛି । ଶିବିରର ପ୍ରଥମ ଦିନ ଲୋଇସିଂହା ଦ୍ଵିତୀୟ ଦିନ ଆଗଲପୁର ଓ ଶେଷ ଦିନରେ ପୁଇଁତଲା ବ୍ଲକର ସଭ୍ୟମାନେ ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ବ୍ଲକର ୧୭ ଓ ୧୮ ନମ୍ବର ଓ ଦ୍ଵିତୀୟ ପର୍ଯ୍ୟାୟରେ ଜୋନ ନମ୍ବର ୧୯ର ସଭ୍ୟମାନଙ୍କୁ ନେଇ ଶିବିର ଅନୁଷ୍ଠିତ ହୋଇଥିଲା । ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ଶଙ୍ଖ ଭବନରୁ ପ୍ରବକ୍ତା ତଥା ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦିକା ମହେକ୍ଷିତା ମିଶ୍ର ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ପ୍ରୀତି ପ୍ରିୟଙ୍କା ଆସି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ସୋସିଆଲ ମିଡ଼ିଆ ଓ କେନ୍ଦ୍ରର ଅବହେଳା ତଥା ଦଳର ସଂଗଠନ ଉପରେ ଆଲୋକପାତ କରି ସକ୍ରିୟ ସଭ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଲୋଇସିଂହା ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରା, ଆଗଲପୁର ବ୍ଲକ ସଭାପତି ପଞ୍ଚୁ ପଧାନ, ଜ଼ିଲ୍ଲା ପରିଷଦ ସଭ୍ୟ କୁମରମଣି ସେଠ, ଜିଲ୍ଲା ପରିଷଦ ସଭ୍ୟା ଲିଳିମା ବେହେରା, ସବିତା ସେଠ, ଜିଲ୍ଲା ବିଜେଡି ଉପସଭାପତି ସୁରେଶ ନାଏକ, ଜିଲ୍ଲା ବିଜୁ ମହିଳା ଜନତା ଦଳ ଉପସଭାପତି ବବିତା ପଟେଲ, ଜିଲ୍ଲା ସମ୍ପାଦିକା ସୁଷମା ବେହେରା, ବ୍ଲକ ମହିଳା ସଭାପତି ଜନନୀ ମହାଲିଙ୍ଗ, ଭଟଲି ବିଧାୟକଙ୍କ ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ପ୍ରତିନିଧି ବରଗଡ ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଯୁବ ସଭାପତି ସୁଧୀର ଅମାତ, ନାରାୟଣ ସାହୁ, ପ୍ରକାଶ ମହାରଣା, ଛାତ୍ର ସଭାପତି ଶ୍ରୀପତି ପଧାନଙ୍କ ସମେତ ବ୍ଲକର ଅନେକ ବରିଷ୍ଠ ପଦାଧିକାରୀ ଓ କର୍ମକର୍ତା ମାନେ ପ୍ରମୁଖ ଉପସ୍ଥିତ ଥିଲେ । ଲୋଇସିଂହା, ଆଗଲପୁର ଓ ପୁଇଁତଳା ବ୍ଲକର ୭ଟି ଜୋନରୁ ବିଜେଡିର ପ୍ରାୟ ୩୨୦୦ ସକ୍ରିୟ କର୍ମକର୍ତା ଏହି ଶିବିରରେ ପ୍ରଶିକ୍ଷଣ ନେଇଥିଲେ । ନିହାର ରଞ୍ଜନ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ପୁଇନ୍ତଳା ବ୍ଲକ ବିଜେଡି ସଭାପତି ବିଷ୍ଣୁ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲାବେଳେ ୩ଟି ବ୍ଲକର ଯୁବ ଛାତ୍ର ଜନତା ଦଳର କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave A Reply

Your email address will not be published.