ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାସ୍ଥିତ ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ହୋଇଯାଇଛି । ଏହା ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ତୁରେକେଲା ନଗର ପରିକ୍ରମା କରିଥିଲେ । ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା, ସଡକ ସୁରକ୍ଷା, ପ୍ଲାଷ୍ଟିକ ବ୍ୟବହାରର ଅପକାରିତା ଉପରେ ସ୍ଲୋଗାନ୍‌ ଦେଇ ନଗର ପରିକ୍ରମା କରିଥିଲେ । ନଗର ପରିକ୍ରମା ପରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା । ଏହି ସଭାରେ କଂଟାବାଂଜି ଏନ୍‌ଏସି ନଗରପାଳ ବରିୟାମ ସିଂ ସାଲୁଜା(ମୁଖ୍ୟ ଅତିଥୀ), ବଲାଙ୍ଗିର ଜିଲ୍ଲା ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ତୁରେକେଲା ଶାଖା ପରିଚାଳକ ଧନଞ୍ଜୟ ପୁଝାରୀ, ସିଡିପିଓ ଶ୍ରୀମତୀ ରତ୍ନା ବରାଡ, ତୁରେକେଲା ସମିତି ସଭ୍ୟ ପ୍ରମୋଦ ମହାପାତ୍ର(ସମ୍ମାନିତ ଅତିଥୀ)ଭାବେ ଯୋଗ ଦେଇଥିଲେ । ସାଧାରଣ ସଭା ପରେ ଛାତ୍ରଛାତ୍ରୀ ଏବଂ ଅତିôଥମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସ୍ୱଚ୍ଛତା ଅଭିଯାନରେ ସଫା ସୁତୁରା କରିଥିଲେ । ଅପରାହ୍ନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନାରୀ ସଶକ୍ତି କରଣ ଉପରେ ଲଘୁ ନାଟକ ମଂଚସ୍ଥ ହେବା ସହ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ରୁଦ୍ରମଣି ମେହେର, ପ୍ରବୀର ସାହୁ, ମାନଓ କୁମାର ନାଗ, ବେଣୁପାଣି କୁମ୍ଭାର ସନ୍ତୋଷ ଛତ୍ରିଆ, ଘନଶ୍ୟାମ ଶବର, ସଞ୍ଜୟ ପାଣିଗ୍ରାହୀ, ଅଧ୍ୟାପିକା ଶ୍ରୀମତୀ ଶ୍ରାବଣୀ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.