pakka

ଭଇଁଷା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଥିବା ରତ୍ନାକର ସାହୁଙ୍କ ବିଜେଡରେ ଯୋଗଦାନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଭଇଁଷା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଥିବା ରତ୍ନାକର ସାହୁ ବିଜେଡ଼ିରେ ଯୋଗଦେଇଥିବା ନେଇ ପାଟଣାଗଡ଼ ବିଧାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଶ୍ରୀ ସାହୁ ବିଜେଡ଼ି କାର୍ଯ୍ୟାଳୟକୁ ଆସି ବିଧାୟକ ସରୋଜ କୁମାର ମେହେର ଓ ଦଳର ବହୁ କର୍ମୀଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଥିବା ଶ୍ରୀ ମେହେର ସୂଚନା ଦେଇଛନ୍ତି । ଚଳିତ ବର୍ଷ ତ୍ରିସ୍ତରୀୟ ନିର୍ବାଚନ ଶେଷ ହୋଇଯାଇଛି । ବିଜେଡ଼ିର ସମର୍ଥିତ ପ୍ରାର୍ଥୀ ଭାବେ ଅନୁପ୍ରିୟା ନାଏକଙ୍କୁ ଛିଡ଼ା କରାଯାଇଥିବା ବେଳେ ରତ୍ନାକର ସାହୁଙ୍କ ବିଜେଡ଼ିରେ ଯୋଗଦାନ ବିଷୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲିଟିଛି ।

jay balangir
Leave A Reply

Your email address will not be published.

2 + nine =