ହୃଦଘାତରେ ଯୁବ ଆଇନଜୀବୀ କୁଳମଣୀ ଲୁହାଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ କନ୍ଦାଖାଳ ଗ୍ରାମର ଯୁବ ଆଇନଜୀବୀ କୁଳମଣି ଲୁହା(୪୦)ଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ବୁଧବାର ଅପରାହ୍ନ ୪ଟା ସମୟରେ ସେ ଘରେ ଥିବା ବେଳେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁବାର ଦିନ ୧୧ଘଣ୍ଟା ସମୟରେ ତାଙ୍କ ଶବ ଗାଁକୁ ଅଣାଯାଇ ଶ୍ମଶାନ ଘାଟରେ ଶବ ଦାହ କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ଏକମାତ୍ର ପୁଅ, ଦୁଇ ଝିଅ, ବାପା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଭାନୁ ଲୁହା, ଦୁଇ ଭାଇ ପ୍ରଦ୍ୟୁମ୍ନ ଲୁହା, ପ୍ରବୀଣ ଲୁହା, କାକା ଗୋବିନ୍ଦ ଲୁହା, ସତ୍ୟଭାନୁ ଲୁହାଙ୍କ ସହିତ ଭାଇ ଆଇନଜୀବୀ ପ୍ରଶାନ୍ତ ଲୁହା, ଲକ୍ଷ୍ମଣ ଲୁହା, ଗୋପବନ୍ଧୁ ଲୁହା, ଶିଷ୍ୟଦେବ, କାମଦେବ, ଭାସ୍କର, ସମସ୍ତ ପରିବାର, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ରୂପେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କର ୧୩ବର୍ଷୀୟ ଏକମାତ୍ର ପୁତ୍ର ପ୍ରିନ୍ସ ମୁଖାଗ୍ନି ଦେଇଥିଲେ । ଯୁବ ଆଇନଜୀବୀ କୁଳମଣୀ ଲୁହାଙ୍କ ଅକାଳ ବିୟୋଗରେ ଆଇନଜୀବୀ ମହଲରେ ତଥା ଅଞ୍ଚଳରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

jittmm
Leave A Reply

Your email address will not be published.