ପ୍ରଦେଶୀ ବାରିକଙ୍କ ମାତୃ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଜଣାଶୁଣା ଶିକ୍ଷକ ପ୍ରଦେଶୀ ବାରିକଙ୍କ ମାଆ ନେତ ବାରିକଙ୍କ ଦେହାନ୍ତ ଅଠାଶୀ ବର୍ଷ ବୟସରେ ‌ହୋଇଯାଇଛି । ସେ ଜଣେ ଭକ୍ତିଭାବାପନ୍ନ ତଥା ଅଧ୍ୟାତ୍ମ ପରାୟଣ ମହିଳା ଥିଲେ । ଝାଡ଼େଶ୍ଵର ମନ୍ଦିର ଚତୁର୍ଦ୍ଦଶୀ ପାର୍ଟିର ସକ୍ରିୟ ସଭ୍ୟା ଭାବେ ଆରମ୍ଭରୁ ଥିଲେ । ତାଙ୍କର ବିୟୋଗରେ ସରସରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତା ଶ୍ରୀମତୀ ବାରିକ ତାଙ୍କ ପଛରେ ନିମାଇଁ, ରବୀନ୍ଦ୍ର, ପ୍ରଦେଶୀ ଓ ପରମାନନ୍ଦ- ଚାରି ପୁତ୍ରଙ୍କ ସମେତ ଅନେକ ନାତିନାତୁଣୀ ଛାଡ଼ି ଯାଇଛନ୍ତି ।

Leave A Reply

Your email address will not be published.