om academy

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଅର୍ଣ୍ଣପୂର୍ଣ୍ଣା ଦାସ ୟାଦବଙ୍କ ବିୟୋଗ

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଝାକରପଡ଼ା ନିବାସୀ ଶିକ୍ଷୟତ୍ରୀଙ୍କ ଅର୍ଣ୍ଣପୂର୍ଣ୍ଣା ଦାସ ୟାଦବ(୭୭)ଙ୍କ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଗତ କିଛି ଦିନ ତାଙ୍କର ଦେହ ଅତ୍ୟନ୍ତ ଅସୁସ୍ଥ ଥିଲା । ଗତକାଲି ରାତି ପ୍ରାୟ ୧.୧୫ ମିନିଟ ସମୟରେ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଥିଲା । ଶେଷ ସମୟରେ ବଡ ପୁଅ ଅର୍ଧେନ୍ଦୁ ଦାସ ଯାଦବ ବୋହୂ ମିନତି, ବୋହୂ ଆରତୀ, ଭାରତୀ, ସାନ ପୁଅ ଶଶାଙ୍କ ବୋହୂ ମମତା, ନାତି ସାମ୍ବାଦିକ ଦୀପକ ଯାଦବ, ଓକିଲ ଦିଲେଶ ଯାଦବ, ଝିଅ ଯବନିକା, ସନ୍ଧ୍ୟାରାଣୀ ଉପସ୍ଥିତ ଥିଲେ । ବଡପୁଅ ଅର୍ଧେନ୍ଦୁ ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଟଭାଷୀ ମେଳାପି ମହିଳା ଥିଲେ । ସେ ବହୁ ବର୍ଷ ଧରି ବଙ୍ଗୋମୁଣ୍ଡା ସ୍ଥିତ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ । ସ୍ଥାନୀୟ ସ୍ଵର୍ଗଦ୍ଵାର ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟ ପରେ ବିଭିନ୍ନ ବ୍ୟକ୍ତି ବିଶେଷ ପକ୍ଷରୁ ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.