pakka

ଯୁବ ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ନିବାସୀ ଯୁବ ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ ହୋଇଯାଇଛି । ୮୫ ବର୍ଷ ବୟସ୍କା ଦ୍ରୋପଦୀ ଦାଶ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକ ମାତ୍ର ପୁଅ, ବୋହୁ, ତିନି ଝିଅ ଜ୍ୱାଇଁ, ଆତ୍ମୀୟ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ସେ ଜଣେ ଧର୍ମ ପରାୟଣା, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ମହିୟସୀ ମହିଳା ଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଶତାଧିକ ଜନସାଧାରଣ ତାଙ୍କ ବାସ ଭବନକୁ ଆସି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏକମାତ୍ର ପୁଅ ଯୁବ ସାମ୍ବାଦିକ ମନୋହର ଦାଶ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

17 − eight =