pakka

ପ୍ରଥମେ ପ୍ରେମିକାଙ୍କୁ କୋଠରୀରେ ବନ୍ଦ କରିଦେଲେ, ତାପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ପ୍ରେମିକ

bbehera

ନୋଏଡା : ନୋଏଡାର ସେକ୍ଟର-୪୯ର ଏକ ବଡ ଖବର ସାମ୍‌ନାକୁ ଆସିଛି । ଶନିବାର ସକାଳେ ବାରୋଲା ଗ୍ରାମରେ ଥିବା ଏକ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀର ଜଣେ କର୍ମଚାରୀ ନିଜ ଘର ପଂଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୁହାଯାଇଛି ଯେ, ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୋଏଡା ସ୍ଥିତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ବ୍ୟକ୍ତି ମୁଜାଫରନଗର ଜିଲ୍ଲାର ବାସିନ୍ଦା ଥିଲେ ଏବଂ ବାସ ଭବନରେ ଜଣେ ଯୁବତୀଙ୍କ ସହ ରହୁଥିଲେ ।

ସେକ୍ଟର ୪୯ ଇନ୍ସପେକ୍ଟର ଯଶପାଲ ଧାମା କହିଛନ୍ତି ଯେ, ଶନିବାର ସକାଳେ ବାରୋଲା ଗାଁର ବାସିନ୍ଦା ଅଜୟ ଚୌହାନ(୨୪) ନିଜ ବେକରେ ରଶି ଲଗାଇ ଫେନ୍‌ରେ ଝୁଲି ପଡ଼ିଥିଲେ । ଚୌହାନଙ୍କୁ ତାଙ୍କ ପରିଚିତମାନେ ଉଦ୍ଧାର କରି ନୋଏଡାସ୍ଥିତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅନୁସନ୍ଧାନ ବେଳେ ଜଣାପଡିଛି ଯେ, ମୃତ ଚୌହାନ ଅନେକ ମାସ ଧରି ଏକ ଝିଅ ସହିତ ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ । ଘର ମାଲିକ ପୋଲିସକୁ କହିଥିଲେ ଯେ, ମୃତ ଚୌହାନ ଉଭୟ ସ୍ୱାମୀ ସ୍ତ୍ରୀ ବୋଲି ତାଙ୍କୁ କହିଥିଲେ ।

କୁହାଯାଇଛି ଯେ, ଚୌହାନ ଏକ ଘରୋଇ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀରେ କାମ କରୁଥିଲେ । ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ, ଚୌହାନ ଏବଂ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଚୌହାନ ପ୍ରେମିକାଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଅନ୍ୟ କୋଠରୀରେ ନିଜ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ । ସୂଚନା ଅନୁସାରେ ଘଟଣା ପର ଠାରୁ ପ୍ରେମିକା ଜଣକ ଫେରାର୍‌ ଅଛନ୍ତି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏହି ଘଟଣା ଆତ୍ମହତ୍ୟା ନା ହତ୍ୟା, ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.

one × 3 =