pakka

ବନ ମହୋତ୍ସବରେ ବୃକ୍ଷ ରୋପଣ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ କମଲପଦର ଗ୍ରାମ୍ୟ ଜଙ୍ଗଲରେ ଆଜି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟ ସାରା ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ନିଆ ଯାଇଥାଏ । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ଗିଇସିଲେଟ ବ୍ଲକ ଚିଖିଲି ଗ୍ରାମ ପଞ୍ଚାୟତର କମଲପଦର ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମେଲଛାମୁଣ୍ଡା ବନାଞ୍ଚଳର ଫରେଷ୍ଟର ରମେଶଚନ୍ଦ୍ର ପ୍ରଧାନ ଓ କର୍ମଚାରୀଙ୍କ ଉପସ୍ଥିତିରେ ଗ୍ରାମବାସୀମାନେ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ବିଭିନ୍ନ କିସମର ଗଛ ରୋପଣ କରି ତା’ର ଯତ୍ନ ନେବାକୁ ଶପଥ କରିଥିଲେ । ଏଥିରେ ସରପଞ୍ଚ ରାମଚନ୍ଦ୍ର ପଣ୍ଡା, କିଶୋର ଚନ୍ଦ୍ର ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × 1 =