jsm

ପୂର୍ବତନ ସୈନିକ ଦିଲିପ ସାହୁଙ୍କ ବିୟୋଗରେ ପୂର୍ବତନ ସୈନିକ ସଂଘର ଶୋକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ ଦିଲିପ ସାହୁଙ୍କ ପରଲୋକ ହୋଯାଇଥିବା ଜଣାପଡିଛି । ସ୍ୱର୍ଗତ ଦିଲିପ ସାହୁ ଦୀର୍ଘ ବର୍ଷ ଭାରତ ମାତାର ସେବା କଲାପରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମରେ ନିଜ ପରିବାର ସାଥୀରେ ରହୁଥିବା ବେଳେ ସେ ପୂର୍ବତନ ସୈନକ ସଂଘର ସଭ୍ୟ ମଧ୍ୟ ଥିଲେ । ତେବେ ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ରଥଙ୍କ ସହ ସଂଘର ଅନ୍ୟାନ୍ୟ ସଦସ୍ୟମାନେ ସଂଘ ପରିସରରେ ଦିଲିପ ସାହୁଙ୍କ ଆତ୍‌ମାର ସଦ୍‌ଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସଂଘର ସଂପାଦକ ଶ୍ରୀ ରଥ ସ୍ୱର୍ଗତ ଦିଲିପ ସାହୁଙ୍କ ପାରିବାରିକ ପେନ୍‌ସନ୍‌ ପାଇଁ ସମସ୍ତ ସହଯୋଗ କରିବେ ପୋଲି ପ୍ରତିଶୃତି ଦେଇଥିବା ବେଳେ ପୂର୍ବରୁ ନିଖୋଜ ଥିବା ସୈନିକ କୁଞ୍ଜବିହାରୀ ମହାପାତ୍ରଙ୍କ ପାଇଁ ସମସ୍ତ ସଦସ୍ୟ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

yuvodaya
Leave A Reply

Your email address will not be published.