
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମର ଯୁବ ପ୍ରତିଭା ଲକ୍ଷ୍ମଣ ରାଉତଙ୍କ ଗତ ଶନିବାର ଦିନ ବିଳମ୍ବିତ ରାତିରେ ୩୪ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଛାତ୍ର ଜୀବନରୁ ଜଣେ ସଂଗଠକ ଭାବରେ ନିଜର ପରିଚୟ ରଖିଆସିଥିବା ସ୍ଵର୍ଗତ ଲକ୍ଷ୍ମଣ ଭାରତୀୟ ଜନତା ପାର୍ଟି ଜୟପାଟଣା ମଣ୍ଡଳ ଅନ୍ତର୍ଗତ ହୀରାପୁର ଶକ୍ତି କେନ୍ଦ୍ର ପ୍ରମୁଖ ଭାବରେ ଦାୟିତ୍ଵ ବହନ କରି ସ୍ଥାନୀୟ ସମସ୍ୟା ପ୍ରତି ଯତ୍ନଶୀଳ ରହି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରକାଶ ହେବା ପରେ ଅନେକ ଶୁଭେଚ୍ଛୁ ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଅନ୍ତିମ ଦର୍ଶନ କରାଇଥିଲେ । ଏକ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରଯାଇଥିଲା ।