pakka

ସମାଜସେବୀଙ୍କ ଅକାଳ ବିୟୋଗ

bbehera

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିଖରପଲ୍ଲୀ ଗ୍ରାମର ନିରାକାର ପ୍ରଧାନ(୪୭)ଙ୍କ ଆଜି ହଠାତ୍‌ ପରଲୋକ ହୋଇଯାଇଛି । ତାଙ୍କର ଜଣେ ୨୦ବର୍ଷ ବୟସର ବିବାହିତା ଝିଅ ଓ ଜଣେ ୧୭ବର୍ଷର ପୁଅ ଥିବା ଜଣାଯାଇଛି । ସେ ଜଣେ ଏଲଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ସହ ତାଙ୍କ ଧର୍ମପତ୍ନୀ ଜଣେ ଆଶା ଦିଦି ଭାବେ ନିୟୋଜିତ ହୋଇ ତାଙ୍କ ପରିବାର ପ୍ରତିପୋଷଣ ଅବା ଜୀବିକା ନିର୍ବାହ କରି ଆସୁଥିବା ବେଳେ ନିରାକାର ଜଣେ ଆଧ୍ୟାତ୍ମିକବାଦୀ ଅଟନ୍ତି । ସେ ବିଭିନ୍ନ ସତସଙ୍ଘ, ଭଜନ କୀର୍ତ୍ତନ, ନାମସଂକୀର୍ତ୍ତନ ଆଦିରେ ବହୁଳ ଭାବେ ଅଂଶଗ୍ରହଣ କରିବା ସାଂଗକୁ ଆଧ୍ୟାତ୍ମିକବାଦୀ ସହ ସେ ଜଣେ ସମାଜସେବୀ ଭାବେ ଛତ୍ରପୁର ଓ ତା’ର ଆଖପାଖ ଅଞ୍ଚଳରେ ବେଶ ଜଣାଶୁଣା । ତାଙ୍କର ହଠାତ୍‌ କିପରି ଏମିତି ଦେହାନ୍ତ ହେଲା, ତାହା ବି ଅସ୍ପଷ୍ଟ ଅଟେ ।

jay balangir
Leave A Reply

Your email address will not be published.

five × five =