jsm

ପୂର୍ବତନ ଅଧ୍ୟକ୍ଷ ବ୍ରଜେନ୍ଦ୍ର ପଟ୍ଟଯୋଷୀଙ୍କ ପତ୍ନୀ ବିୟୋଗ

csstore

ଜୟପାଟଣା, (ଶେଷଦେବ ବେହେରା) : ବିଗତ ଚାରି ଦଶନ୍ଧି ଧରି ଜୟପାଟଣା ବ୍ଲକ ଅଞ୍ଚଳରେ ରାଜନୈତିକ ପତିଆରା ରଖିଆସିଥିବା ଶିକ୍ଷାବିତ, ସମାଜ ସେବୀ, ପୂର୍ବତନ ଅଧ୍ୟକ୍ଷ ବ୍ରଯେନ୍ଦ୍ର କୁମାର ପଟ୍ଟଯୋଷୀଙ୍କ ଧର୍ମପତ୍ନୀ ପଦ୍ମାଳୟା (୬୨)ଙ୍କ ବୁଧବାର ପୂର୍ବାହ୍ନରେ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଶ୍ରୀମତୀ ପଟ୍ଟାଯୋଷୀ ଜଣେ ଧର୍ମ ପରାୟଣା ମହିଳା ଥିବା ବେଳେ ମନ୍ଦିର ପରିଚାଳନା ଓ ବିଭିନ୍ନ ଯାଗ ଯଜ୍ଞ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରି ମାତୃଶକ୍ତିର ଆଧ୍ୟାତ୍ମିକ ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ । ଏହି ମହିୟସୀ ମହିଳାଙ୍କ ମୃତ୍ୟୁ ଖବର ରାଷ୍ଟ୍ର ହେବା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା । ତାଙ୍କରି ରେଙ୍ଗାଲପଳି ସ୍ଥିତ ବାସ ଭବନରେ ମର ଶରୀରର ଅନ୍ତିମ ଦର୍ଶନ ପାଇଁ ଶହ ଶହ ଜନତା ଅପେକ୍ଷା କରି ରହିଥିଲେ । ମାର୍ଗଶିର ପ୍ରଥମ ଗୁରୁବାର ସକାଳୁ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୁତ୍ରରୁ ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.