csstore

ଗଛ ହିଁ ବିଶୁଦ୍ଧ ଅମ୍ଳଜାନ ଦେବ : ବିଶ୍ୱ ପରିବେଶ ଦିବସ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝିପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ କଣ୍ଟାବାଞ୍ଜି ବନାଞ୍ଚଳ, ବଲାଙ୍ଗିର ବନଖଣ୍ଡ ତରଫରୁ କରୋନା ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଦ୍ଵାରା ଆୟୋଜିତ ସଭାରେ ରେଞ୍ଜର ଶ୍ରଦ୍ଧାଦେବ ବଡମାଳି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସତ୍ୟାନନ୍ଦ ଖମାରୀ, ସରପଞ୍ଚ ସସ୍ମିତା ମହାନନ୍ଦ, ସମାଜସେବୀ କବିରାଜ ପୁଟେଲ, ଥମିର ଛତ୍ରିଆ, ଅଙ୍ଗନବାଡି କର୍ମୀ ସଙ୍ଗୀତା ବଏ, ଆଶା କର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଶିକ୍ଷକ କିଶୋର ବରିହା, ଦେବକୀ ତାଣ୍ଡି ଯୋଗ ଦେଇଥିଲେ । ଶ୍ରୀ ଦାଶ ସର୍ବପ୍ରଥମେ ସ୍ୱ।ଗତ ଭାଷଣ ଓ ସଭାର ଆଭିମୁଖ୍ୟ ଜଣେଇଥିଲେ । ଚଳିତ ବର୍ଷର ବିଷୟବସ୍ତୁ ପରିସଂସ୍ଥାର ପୁନରୁଦ୍ଧାର ଉପରେ ଅତିଥି ମାନେ ଆଲୋକପାତ କରିଥିଲେ । ତାପରେ ଗଛ ହିଁ ବିଶୁଦ୍ଧ ଅମ୍ଳଜାନ ଦେଇପାରିବ ବୋଲି ସର୍ବସମ୍ମତିରେ ଗ୍ରହଣ ହୋଇଥିଲା । ତେଣୁ ନିଜ ବାଡ଼ି ବଗିଚାରେ ଗଛ ଲଗେଇବାକୁ ଉପସ୍ଥିତ କିଛି ବ୍ୟକ୍ତିଙ୍କୁ ଗଛ ଚାରା ବଣ୍ଟନ କରାଯାଇଥିଲା । ତାପରେ ଅତିଥିମାନଙ୍କ ଦ୍ୱାରା ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଗସ୍ତି ମାଝୀ, ଛିନେ ମାଝୀ, ପାରାସ୍କ୍ୱ।ଡ କେଶବ ନାଗ, ପରମାନନ୍ଦ ଭାଟି, ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତୀ ସୁନା ସହଯୋଗ କରିଥିଲେ।

jayashree
Leave A Reply

Your email address will not be published.