csstore

ଭାଣିଜୀର ଜମି ହାତେଇବା ପାଇଁ ମାମୁଁ ଦେଲେ ବିଶ୍ଵାସରେ ବିଷ : ସାମ୍ବାଦିକ ସମ୍ମିଳନୀରେ ଜମି ଫେରାଇବାକୁ ଦାବୀ କଲେ ଭାଣିଜୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କଳି ଯୁଗରେ ସବୁ ସମ୍ଭବ ହୋଇପାରୁଛି, ସବୁ ସମ୍ପର୍କରେ ବିଶ୍ୱାସରେ ବିଶ୍ୱାସଘାତ ଯେମିତି ନିତି ଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଏମିତି ଏକ ଘଟଣା ଘଟିଛି ଟିଟିଲାଗଡ ନିକଟସ୍ଥ ପଥର୍ଲା ଗ୍ରାମରେ । ପଥର୍ଲା ଗ୍ରାମର ବାସନ୍ତୀ ପ୍ରଧାନି ଜଣେ ବାପ ମାଆ ଛେଉଣ୍ଡ ଝିଅ, ତାଙ୍କର ନାମରେ ତିନି ଏକର ପନ୍ଦର ଡିସିମିଲ ଜମି ଥିଲା । ବାସନ୍ତୀଙ୍କ ମାମୁଁ ଟିଟିଲାଗଡ ନିକଟସ୍ଥ ପିପଲପଦର ଠାରେ ରୁହନ୍ତି, ଘରକୁ ବୁଲେଇ ଆଣି ତାଙ୍କ ନାଁରେ ଥିବା ଜମିକୁ ରେଜିଷ୍ଟ୍ରି କରି କୋଡ଼ିଏ ଲକ୍ଷ ଟଙ୍କା ନେଇ ନୂଆ ତୁମ ନାଁରେ ଷ୍ଟେଟ ବ୍ୟାଙ୍କ ଖାତା ଖୋଲି ଭରି ଦେବି କହିବାରୁ ଭାଣିଜୀ ରେଜିଷ୍ଟ୍ରି ଅଫିସରେ ଦସ୍ତଖତ କରିଦେଲେ ।

ଦିନ ଗଡ଼ି ଗଡ଼ି ଚାଲିଲା, କିନ୍ତୁ ନା ବ୍ୟାଙ୍କ ଖାତା ମିଳିଲା ନା ଟଙ୍କା । ଏ ବିଷୟରେ ନିଜ ଗାଁକୁ ଯାଇ ବନ୍ଧୁ ବାନ୍ଧବମାନଙ୍କୁ କହିବା ପରେ ମାମୁଁ ବିପିନ ମାଝିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କଲେ ବାସନ୍ତୀ । ଥାନାକୁ ଆସି ଟଙ୍କା ଦେଇ ନ ପାରିଲେ ତୁମ ଜମି ତୁମକୁ ଫେରାଇ ଦେବି ବୋଲି ଲେଖା ପଢା ମଧ୍ୟ ହେଲା କିନ୍ତୁ ଆଜି ଯାଏଁ ଟଙ୍କା କି ଜମି ନ ପାଇବାରୁ ସାମ୍ୱାଦିକ ସମ୍ମିଳନୀରେ ମତେ ନ୍ୟାୟ ମିଳୁ, ମୋ ମାମୁଁ ମୋର ବିଶ୍ଵାସରେ ବିଷ ଦେଇଛନ୍ତି, ମୋ ଜମି ମତେ ଫେରାଇ ଦିଅନ୍ତୁ ବୋଲି ବାସନ୍ତୀ ନ୍ୟାୟ ମାଗୁଛନ୍ତି । ବାସନ୍ତୀଙ୍କ ସରଳତାର ସୁଯୋଗ ନେଇ ମାମୁଁ ବିପିନ ମାଝିଙ୍କ ଏହି କାର୍ଯ୍ୟ ଶୁଣି ଚାରିଆଡ଼େ ଗୋଟିଏ ଚର୍ଚ୍ଚା ଯେ, କଳୀ ଯୁଗରେ ଜାଗା ଟଙ୍କା ପାଇବା ପାଇଁ ମଣିଷ କେତେ ତଳ ସ୍ତରକୁ ଖସି ଯାଉଚି ଯାହାର ନଗ୍ନ ନମୁନା ଏହି ଘଟଣାରୁ ପ୍ରମାଣିତ ।

jayashree
Leave A Reply

Your email address will not be published.