pakka

ସାମ୍ବାଦିକ ସମ୍ମିଳନୀ ଓ ବିର୍ଷା ମୁଣ୍ଡା ଜୟନ୍ତୀ ପାଳିତ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ପଞ୍ଚାୟତ ମାକ୍ରୀ ଗ୍ରାମରେ ଆଜି ବିର୍ଷା ମୁଣ୍ଡାଙ୍କର ଜୟନ୍ତୀ ପାଳନ କରାଯାଇଥିଲା ।ପ୍ରଥମେ ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଲୋକ ଉନ୍ନତି ସଂଗଠନର ସ୍ଥାନୀୟ ବ୍ଲକ ସଂଯୋଜିକା ଗିତାଞ୍ଜଳି କୁମ୍ଭାର ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧରପଗଡ ପଞ୍ଚାୟତ ସରପଞ୍ଚ ପ୍ରେମରାଜ ପାଣ୍ତେ, ମୁଖ୍ୟବକ୍ତା ସମିତି ସଭ୍ୟ ସୁବାସ ବୁଡେକ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଡମ୍ବରୁଧର ପ୍ରଧାନୀ, ନାଏବ ସରପଞ୍ଚ ଅଶ୍ବିନି ଭୋଇ, ସାମ୍ବାଦିକ ଅଜିତ ସାହୁ, ବଡ଼ ଖବର ସାମ୍ବାଦିକ ଅବିନାଶ ନନ୍ଦ, ନିତିଦିନ ଖବରକାଗଜ ସାମ୍ବାଦିକ ରୁଦ୍ର ବେହେରା ମଞ୍ଚରେ ଉପସ୍ଥିତ ଥିଲେ । ଜିଲ୍ଲା ବ୍ଲକ ସଂଯୋଜିକା ସ୍ୱର୍ଣ୍ଣଲତା ନାୟକ, ଟିଟିଲାଗଡ ବ୍ଲକ ସଂଯୋଜିକା ମମତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକ ଉନ୍ନତି ସଂଗଠନର ବଂଶିଧର ସୁନାନୀ, ପରିକ୍ଷିତ ମାଝି, ସୁଭଦ୍ରା ସୁନା, ନରେଶ ନାଗ ଓ ଗୈାରୀ, ତପିସା, ଗିତା, ଶଙ୍କର, ରାଧାକାନ୍ତ, ମଥୁରା, ଚନ୍ଦ୍ରିକା ପ୍ରମୁଖ ସହଯୋଗ କରିଥିଲେ । ତେବେ ସେ ସ୍ୱାଧୀନତା ସଂଗ୍ରାମକୁ ଶାଣିତ କରିବା ସହ ଜନଜାତି ସମାଜର ସ୍ୱାର୍ଥ ସୁରକ୍ଷା ନିମନ୍ତେ ସବୁବେଳେ ସଂଗ୍ରାମ କରୁଥିଲେ । ଦେଶ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଦେଶ ପାଇଁ ଲଢେ଼ଇ ମଧ୍ୟ କରୁଥିବା ବେଳେ ତାଙ୍କରି ଏଭଳି ମହାନ କାର୍ଯ୍ୟ ପାଇଁ ଆମେ ଅନେକ ଗର୍ବ ଅନୁଭବ କରୁଥିବା ବେଳେ ସବୁ ଦିନ ପାଇଁ ମୁଣ୍ଡା ଅମର ବୋଲି ଅତିଥିମାନେ ମତବ୍ୟକ୍ତ ଦେଇଥିଲେ । ପରେ ଗୁଞ୍ଜରଣ ଶିକ୍ଷା ଯାତ୍ରାର ଶୁଭାରମ୍ଭ ଅବସରେରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି ।
ଏହି ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଲକ ଧରପଗଡ ପଞ୍ଚାୟତର ମାକ୍ରି ଗ୍ରାମରେ ଗ୍ରାମବାସୀ ଓ ଅତିଥିମାନଙ୍କ ଉପସ୍ଥିତିରେ ଗୁଞ୍ଜରଣ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରାଯାଇଛି । ଏହି ଶିକ୍ଷା ଯାତ୍ରାର ଉଦ୍ଦେଶ୍ୟ ହେଉଛି ଯେ, ଦୀର୍ଘ ୨୧ ମାସ ଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲାମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା, ବିଦ୍ୟାଳୟ ଭିତ୍ତିଭୂମିର ସ୍ଥିତି ଏବଂ ଆବଶ୍ୟକତା ଉପରେ ଅଧ୍ୟୟନ କରିବା, ଶିକ୍ଷାର ମହତ୍ଵ ବିଷୟରେ ସଚେତନତା କରିବା ଏବଂ ବିଶେଷ କରି ପିଲାମାନେ ବିଦ୍ୟାଳୟ ଖୋଲିଲା ପରେ କେମିତି ପୁନଃ ବିଦ୍ୟାଳୟକୁ ଆସିବେ ଏବଂ ପାଠପଢା ଜାରି ରଖିବେ ସେ ଦିଗରେ ଅବିଭାବକ ଏବଂ ଗ୍ରାମବାସୀମାନଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲୋକ ଉନ୍ନତି ସଂଗଠନର କାର୍ଯ୍ୟ କର୍ତାମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one + three =

error: Content is protected !!