ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ମହଖଣ୍ଡ ଗାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ କୋଶଳ ସେନାର କର୍ମକର୍ତ୍ତା ହୋ-ହାଲ୍ଲା କରିବା ସହ ବେନର୍ ପୋଷ୍ଟର ଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମକୁ ବିରୋଧ କରି ଧସ୍ତାଧସ୍ତି ଲାଗି ରହିଥିବା ବେଳେ ତୁରେକେଲା ପୋଲିସ ପହଂଚି ପରିସ୍ଥିତି ସମ୍ଭାଳିଥିଲା । ଆନ୍ଦୋଳନକାରୀଙ୍କ କହିବା ଅନୁସାରେ ଗାଁରେ ହୋଇଥିବା ବନଦୁର୍ଗା ମନ୍ଦିର ଏବଂ ନାନ୍ଦୁଲ ଗାଁର ଜଗନ୍ନାଥ ମନ୍ଦିର ଅନ୍ୟ ଅନୁଦାନରେ ନିର୍ମାଣ ହୋଇଥିବା ବେଳେ ଏହା ୫-ଟିରେ ରୂପାନ୍ତରିତ ହୋଇନାହିଁ । ତେବେ ଏହା କେମିତି ପଞ୍ଚାୟତ ରୂପାନ୍ତରଣ ପୁସ୍ତିକାରେ ରହିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ । ସରପଞ୍ଚ ଗୋଜା କୁମ୍ଭାର ତାଙ୍କୁ ଧସ୍ତାଧସ୍ତା କରାଯାଇଥିବା ଓ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଗାଁର ଅଶାନ୍ତ ପରିବେଶକୁ ଆଖି ଆଗରେ ରଖବ ପୁଲିସ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି ।