ବେଲପଡା ବ୍ଲକର ବିଭିନ୍ନ ଗ୍ରାମରେ ପାଟଣାଗଡ଼ ବିଜେଡ଼ି ପକ୍ଷରୁ ବିରାଟ ବାଇକ୍‌ ରାଲି

ପାଟଣାଗଡ଼, (କେପିଏନ୍‌ଏସ୍‌) : ମାରାଥନ୍‌ ନିର୍ବାଚନ ପ୍ରଚାର କ୍ରମରେ ବେଲପଡା ବ୍ଲକର ବିଭିନ୍ନ ଗ୍ରାମରେ ଡେ଼ାର୍‌ ଟୁ ଡେ଼ାର୍‌ ବୁଲି ନିଜ ସମର୍ଥକ ତଥା ବିଜେଡ଼ି ନେତା କର୍ମକର୍ତ୍ତାଙ୍କ ସହ ବିଧାୟକ ପ୍ରାର୍ଥୀ ସରୋଜ ମେହେର ବିଜେଡ଼ି ପ୍ରତି ସମର୍ଥନ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଗତ ସଂଧ୍ୟାରେ ବେଲପଡ଼ା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ବିଜେଡ଼ି ପକ୍ଷରୁ ଏକ ବିରାଟ ବାଇକ୍‌ ରାଲିର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ଶହ ଶହ ବାଇକ୍‌ ବିଜେଡ଼ି ଝଂଡ଼ା ଓ ବିଜେଡ଼ିର ବିକାଶ ନାରା ନେଇ ଗାଁ ଗାଁ ବୁଲିଛି । ବାଇକ୍‌ ରାଲି ବେଳେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜଙ୍କ ରୋଡ଼୍‌ ସୋ’ରେ ବିରୋଧୀ ପ୍ରାର୍ଥୀ ଛାନିଆ ହୋଇ ପଡ଼ିଥିବା ବିଜେଡ଼ି ଶିବିରରେ ଆଲୋଚନା ହେଉଛି ।

Leave A Reply

Your email address will not be published.

one × 2 =