ସ୍ଵର୍ଗଦ୍ଵାରରେ ଶବ ଜଳିବାରେ ବିରାମ ନାହିଁ

ସମ୍ବଲପୁର, (ଦାମୋଦର ପଣ୍ଡା) : ସ୍ଵର୍ଗଦ୍ଵାରରେ ଶବ ଜଳିବାରେ ବିରାମ ନାହିଁ । ସମ୍ବଲପୁର, ବୁର୍ଲାରେ ପ୍ରତିଦିନ ମୃତକଙ୍କ ପରିବାର ଶୋକରେ ଅଥଚ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୨ରୁ ଅଧିକ ହେଉନି । ଏହି ସଂଖ୍ୟାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଉଛି । ବିଶ୍ଵସ୍ତ ସୂତ୍ର ଅନୁଯାୟୀ କେବଳ ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ଘଟିଛି ୨୪୦ ଜଣଙ୍କର, ଏଭଳି ପ୍ରଶ୍ନକୁ ସ୍‌ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୀରବତା ଅବଲମ୍ବନ କରାଯାଉଛି । ବର୍ତମାନ ସ୍ଥିତିରେ ସରକାରୀ ଭାବେ ୫୬୩୩ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୪୫୫୫ ସୁସ୍ଥ ହୋଇ ସାରିଛନ୍ତି । ୧୦୫୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଅନେକ କ୍ଷେତ୍ରରେ କୋଭିଡ୍ ନିୟମ ଅନୁସାରେ ପ୍ରଶାସନ ତରଫରୁ ଶବଦାହ କରାଯାଉଛି । ମାତ୍ର ତାହା କୋଭିଡ୍ ମୃତ୍ୟୁ ବୋଲି ଘୋଷଣା କରାଯାଉନାହିଁ । ଏକ ସପ୍ତାହ ହେଲା ମୃତ୍ୟୁ ସଂଖ୍ୟା ୨୨ରେ ରହିଛି, ଏହା ଉପରେ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହେଉଛି ।

Leave A Reply

Your email address will not be published.