ଗତ ୨୪ ଘଂଟାରେ ଓଡ଼ିଶାରେ ୩୨୩୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୨୩୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୯୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୩୨୦ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୭୯, ବାଲେଶ୍ୱରରୁ ୧୦୦, ବରଗଡ଼ରୁ ୧୩୭, ଭଦ୍ରକରୁ ୬୭, ବଲାଙ୍ଗିରରୁ ୧୦୧, ବୌଦ୍ଧରୁ ୪୨, କଟକରୁ ୩୧୮, ଦେବଗଡ଼ାରୁ ୧୨, ଢେଙ୍କାନାଳରୁ ୬୯, ଗଜପତିରୁ ୩୧, ଗଂଜାମରୁ ୨୮, ଜଗତସିଂହପୁରରୁ ୮୬, ଯାଜପୁରରୁ ୧୧୦, ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୦୩, କେଉଁଝରରୁ ୮୬, ଖୋର୍ଦ୍ଧାରୁ ୫୦୬, କୋରାପୁଟରୁ ୫୯, ମାଲକାନଗିରିରୁ ୨୧, ମୟୁରଭଂଜରୁ ୧୧୮, ନବରଙ୍ଗପୁରରୁ ୧୨୪, ନୟାଗଡ଼ରୁ ୪୩, ନୂଆପଡ଼ାରୁ ୧୦୬, ପୁରୀରୁ ୭୯, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୨୦, ସୋନପୁରରୁ ୬୫, ସୁନ୍ଦରଗଡ଼ରୁ ୧୦୧, ଷ୍ଟେଟ୍‌ ପୁଲ୍‌ ୧୪୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୧୨୬୦୯ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୧୭୨ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.