ବଲାଙ୍ଗିର ସହରରେ ଅତ୍ୟାଧୁନିକ ମେସିନ ଓ ଖ୍ୟାତି ଲାଭ କରିଥିବା ଟ୍ରେନେରଙ୍କୁ ନେଇ “ବିଙ୍ଗ ଫିଟନେସ କ୍ଳବ” ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟାୟାମ, ଯୋଗ ତଥା ଅନନ୍ୟା କୌଶଳର ପ୍ରଶିକ୍ଷଣ ନେଇ ଲୋକ ମାନଙ୍କୁ ଫିଟ୍‌ ରଖିବାକୁ ତଥା ଫିଟ୍‌ ବଲାଙ୍ଗିର ରହିବାକୁ ରାଧାରାଣୀପଡ଼ାର ଶୁଭମ ଦର୍ଜି କହିଛନ୍ତି । ସେ ଅତ୍ୟାଧୁନିକ ବ୍ୟାୟମ ସାମଗ୍ରୀ ଏବଂ ଖ୍ୟାତିଲାଭ କରିଥିବା ଟ୍ରେନରଙ୍କୁ ନେଇ ‘ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ନେସ୍‌ କ୍ଲବ’ ବଲାଙ୍ଗିର ସହରରେ ଥିବା ଟିକ୍ରପଡା ଛକ ଠାରେ ଆରମ୍ଭ କରିଛନ୍ତି । ଶୁଭମ ଦର୍ଜି ଏମବିଏ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ସେ ପିଲା ଦିନରୁ ସୁନ୍ଦର ସ୍ଵାସ୍ଥ୍ୟ(ବଡି ବିଲ୍ଡିଂ)ପ୍ରତି ଆଗ୍ରହ ରଖିଥିଲେ । ସେଥିପାଇଁ ଅତ୍ୟାଧୁନିକ ଜିମ୍‌ର ସ୍ୱପ୍ନ ଦେଖିଥିଲେ । ସେ ଦୁବାଇ, ମୁମ୍ବାଇ ଓ ଭୁବନେଶ୍ୱର ଯାଇ ସେଠାରେ ଥିବା ବଡ଼ ବଡ଼ ଜିମ୍‌ ବୁଲି ଦେଖିଥିଲେ । ପରେ ୟୁଟ୍ୟୁବ୍‌ ସହାୟତାରେ ସେ ନିଜର ଏକ ଜିମ୍‌ ପ୍ରସ୍ତୁତ ଆରମ୍ଭ କରିଥିଲେ । ତାଙ୍କର ଏହି ଜିମରେ କାଡ୍ରିଓ ସେସନ, ଏରୋ ବିକସ, କ୍ରସ୍‌ ଫିଟ୍‌ ସେସନ, ମଲ୍ଲିଫଙ୍କ ସନାଲ ଷ୍ଟିମ୍‌ବାଥ୍‌, ଜୁମ୍ବା, ଏରୋ ବିକସ ଆଦି ବିଭାଗରେ ବିଭିନ୍ନ ବୟସର ଲୋକ ମାନେ ବ୍ୟାୟାମ କରିପାରିବେ । ଏହି କ୍ଳବରେ ବ୍ୟାୟାମ କରିବା ଲାଗି ୪୫ଟି ବିଭାଗ ରହିଥିବା ବେଳେ ଏକା ସାଙ୍ଗରେ ଶହେ ଜଣ ପୁରୁଷ ଓ ମହିଳା ବ୍ୟାୟମ କରିପାରିବେ । ଏଠାରେ ଲାଗିଥିବା ଜିମ୍‌ ମେସିନ୍‌ ଗୁଡ଼ିକ ବିଦେଶରୁ ଅଣାଯାଇଛି । ସେହିପରି ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟର ଜଣାଶୁଣା ୨୫ଜଣ ଟ୍ରେନର ନିଯୁକ୍ତି ପାଇଥିବା ବେଳେ ସମ୍ପୁର୍ଣ୍ଣ କ୍ଳବଟି ନିଜସ୍ଵ ସଫ୍ଟୱେରରେ ପରିଚାଳିତ । ବିଶେଷ କରି ପଶ୍ଚିମ ଓଡିଶାରେ ଏଭଳି ଜିମ୍‌ ନଥିବା ବେଳେ ଆଗକୁ ଫିଟ୍‌ ବଲାଙ୍ଗିର ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ୱତ୍ତ୍ୱାଧିକାରୀ ଶୁଭମ ଦର୍ଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

thirteen + 11 =