om academy

ବୀମା କଂପାନୀ ବିରୋଧରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଠାରେ ଫେରାଦ ହେଲା ବିଜେପି କୃଷକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସବ୍‌ଡିଭିଜନରେ ଖରିଫଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ପାଞ୍ଚ ହଜାର ୬ ଶହ ଚାଷୀଙ୍କ ବୀମା ପଞ୍ଜିକରଣ ଏଚ୍‌ଡିଏଫ୍‌ସି ବୀମା କଂପାନୀ ବେଆଇନ ଭାବେ ବାତିଲ କରି ଦେଇଥିବାରୁ ବିଜେପି କୃଷକ ମୋର୍ଚ୍ଚା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କଠାରେ କଂପାନୀ ବିରୋଧରେ ଫେରାଦ ହୋଇଛି । ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ କଳାହାଣ୍ଡିର ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ନୁଆଦିଲ୍ଲୀ କୃଷି ଭବନଠାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ଦେବା ସହ ବୀମା କଂପାନୀ ବେଆଇନ ଭାବେ ପ୍ରିମିୟମ ଜମା କରିଥିବା ଚାଷୀଙ୍କ ବୀମା ପୋଲିସିକୁ କିଭଳି ବାତିଲ କଲା ସେ ସଂପର୍କରେ ଆଲୋଚନା କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତ ଖରିଫ ଋତୁ ପାଇଁ ସମସ୍ତ ପ୍ରକାର ଜମିର ପଟ୍ଟା ପାର୍ଚା ସହ ନିର୍ଦ୍ଧାରିତ ସମୟ ସୀମା ଜୁଲାଇ ୩୧ ତାରିଖ ଭିତରେ ଚାଷୀମାନେ ନିଜ ଜମିର ବୀମା ପଞ୍ଜିକରଣ କରିଥିଲେ । ଯଦି କାଗଜ ପତ୍ରରେ ଚାଷୀ ଭୁଲ ତଥ୍ୟ ଦେଇଥିବ ତା’ ହେଲେ ୧ ମାସ ଭିତରେ କଂପାନୀ ଚାଷୀଙ୍କ ବୀମା ପଞ୍ଜିକରଣ ବାତିଲ କରିବାର ନିୟମ ଥିବା ବେଳେ ବେଆଇନ ଭାବେ କଂପାନୀ ଗତ ନଭେମ୍ବର ୧୫ ତାରିଖ ପରେ ଚାଷୀଙ୍କ ବୀମା ପଲିସି ବାତିଲ କରିଥିବା ବିଷୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମନ୍ତ୍ରୀ ଶ୍ରୀ ତୋମର ତୁରନ୍ତ ବୀମା କଂପାନୀ ଠାରୁ ଏହାର ତଥ୍ୟ ମାଗିବା ପାଇଁ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ସରକାରଙ୍କ ଠାରୁ ମଧ୍ୟ ରାଜ୍ୟ ସରକାରଙ୍କ ମତାମତ ଲୋଡିଛନ୍ତି ।

Leave A Reply

Your email address will not be published.

five × 4 =