pakka

ସରକାରୀ ସୁବିଧା ସୁଯୋଗରୁ ବଂଚିତ ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇଛନ୍ତି ଜଣେ ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ । ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ତୁଳସୀଡୁଙ୍ଗରି ଗ୍ରାମର ୪୭ ବର୍ଷ ବୟସ୍କା ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ କିଛି ଦେଖି ପାରନ୍ତି ନାହିିଁ । ସବୁଠାରୁ ଦୁଃଖର ବିଷୟ ଯେ, ଏହି ଗରିବ ଅନ୍ଧ ମହିଳା ଶିରପତିଙ୍କ ଭୋଟର କାର୍ଡ ନଥିବା ବେଳେ ତାଙ୍କ ଆଧାର କାର୍ଡ ମଧ୍ୟ ନାହିିଁ । ସହଯୋଗ ଆଶାରେ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କ ଗୁହାରି କେହି ଶୁଣି ନଥିବା ସେ କହିଛନ୍ତି । ତେଣୁ ନିଜର ଭାଗ୍ୟକୁ ଆଦରି ସେ ପଡିରହିଛନ୍ତି । ଏହି ଗରିବ ନିରାଶ୍ରିତା ମହିଳାଙ୍କୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ସାଧାରଣ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

eighteen − fourteen =

error: Content is protected !!