csstore

ଲୋଇସିଂହାରୁ ବିଜେଡିର ନିର୍ବାଚନ ବିଗୁଲ ଆରମ୍ଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବିଜେଡି ତା’ର ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜନ କରି ପ୍ରକାରାନ୍ତରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଛି । ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗଦେଇ ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଉପସ୍ଥିତ କର୍ମୀଙ୍କୁ ଆହ୍ୱାନ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରା, ଜିଲ୍ଲା ଯୁବ ଉପସଭାପତି ନିତେଶ ଅଗ୍ରୱାଲ, ନାରୀନେତ୍ରୀ ଦମୟନ୍ତି ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଋଷିକୁମାର ଅଗ୍ରୱାଲ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବରିହା, କୈଳାସ ମହାନ୍ତି, ଶିଶିର ଦାନୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ୩୩ ନଂ ଜୋନରୁ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ପରିଶେଷରେ ଲୋଇସିଂହା ବ୍ଳକ ଯୁବ ବିଜେଡି ସଭାପତି ପ୍ରକାଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.